Odisha Link
Bridging the Missing Links in Odisha

ଅକ୍ସିଜେନ ପାଇଁ ଓଡ଼ିଶାକୁ ପ୍ରଶଂସା

ଭୁବନେଶ୍ବର: ଅକ୍ସିଜେନ ପାଇଁ ଓଡ଼ିଶାକୁ ପ୍ରଶଂସା। ଅକ୍ସିଜେନ ଯୋଗାଣ ପାଇଁ ଓଡ଼ିଶାକୁ ପ୍ରଶଂସା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ୍। ଦିଲ୍ଲୀକୁ ଆସୁଥିବା ଅକ୍ସିଜେନ ଟ୍ରକ ବିଭିନ୍ନ ରାଜ୍ୟରେ ଅଟକା ଯାଉଛି। ନିଜ ରାଜ୍ୟରେ ଅକ୍ସିଜେନ ରଖିବାକୁ ଦିଲ୍ଲୀ ଟ୍ରକ ଅଟକ ରଖାଯାଉଛି। ଏଭଳି ପରିସ୍ଥିତିରେ ଓଡ଼ିଶରୁ ଆମକୁ ଯଥେଷ୍ଟ ଅକ୍ସିଜେନ ମିଳିଛି। ଆମେ ଚାହୁଁଛୁ ଓଡ଼ିଶାରୁ ବିମାନଯୋଗେ ଅକ୍ସିଜେନ ଆସୁ।

ଏଥିସହ ଦିଲ୍ଲୀ ଅକ୍ସିଜେନ କୋଟା ୪୮୦ ଟନର ବୃଦ୍ଧି ପାଇଁ କେନ୍ଦ୍ରକୁ ପ୍ରଶଂସା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ୍। ଏହା ସହ ଅନ୍ୟ ରାଜ୍ୟମାନଙ୍କୁ ସମଯୋଗର ହାତ ବଢ଼ାଇବାକୁ ନିବେଦନ କରିଛନ୍ତି ଅରବିନ୍ଦ କେଜରିଓ୍ବାଲ୍। ସବୁ ରାଜ୍ୟ ଏକାଠି ହେଲେ ଆମେ ଏହି ଲଢ଼େଇ ଜିତି ପାରିବା। ଏବଂ ନିଲ୍ଲୀରୁ ଯାହା ସହଯୋଗ ଦରକାର ଆମେ ନିଶ୍ଚିତ ଯୋଗାଇବୁ।

Leave A Reply

Your email address will not be published.