Odisha Link
Bridging the Missing Links in Odisha

ଭାରତକୁ ସହାୟତାର ହାତ ବଢ଼ାଇଲା ଫାଇଜର, ପଠାଇଲା ୫୧୦କୋଟିର ଔଷଧ

ନୂଆଦିଲ୍ଲୀ: ଭାରତରେ ଅଣାୟତ୍ତ ହେଲାଣି କରୋନା। ମହାମାରୀ କରୋନା ସହ ଲଢ଼େଇରେ ସମୟରେ ବହୁ ଦେଶ ସାହାଯ୍ୟ କରୁଥିବା ବେଳେ ସହାୟତାର ହାତ ବଢ଼ାଇଛି ଫାଇଜର। ଫାଇଜର ପ୍ରାୟ ୭୦ ମିଲିୟନ ଡଲାର (୫୧୦କୋଟିରୁ ଅଧିକ) କୋଭିଡ ଔଷଧ ଦାନ କରିଥିବା ଜଣାପଡ଼ିଛି। ଆମେରିକା, ୟୁରୋପ ଏବଂ ଏସିଆର ବିତରଣ କେନ୍ଦ୍ରରୁ ଭାରତକୁ ଏହି ଔଷଧ ଆସୁଛି। କମ୍ପାନିର ଚେୟାରମ୍ୟାନ୍ ତଥା ସିଇଓ ଆଲବର୍ଟ ବୋର୍ଲା ଏହି ସୂଚନା ଦେଇଛନ୍ତି।

ବୋର୍ଲା କହିଛନ୍ତି ଯେ, ଆମେ ପଠାଇଥିବା ଔଷଧ ଭାରତରେ ଥିବା କରୋନା ରୋଗୀଙ୍କୁ ସୁସ୍ଥ କରିବାରେ ସାହାଯ୍ୟ କରିବ। ଡାକ୍ତରଖାନାରେ ଭର୍ତ୍ତି ଥିବା ରୋଗୀ ମାଗଣାରେ ଏହି ଔଷଧ ପାଇପାରିବେ। ଭାରତର ସ୍ଥିତିକୁ ଦେଖି ଆମେ ଭାରତ ସରକାରଙ୍କୁ ଏହି ସାହାଯ୍ୟ ଯୋଗାଇ ଦେଇଛୁ।

ଏହା ପୂର୍ବରୁ ଫାଇଜର ପକ୍ଷରୁ ତିଆରି କରାଯାଇଥିବା କରୋନା ଟିକାର ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଆବେଦନ କରାଯାଇଥିଲେ ମଧ୍ୟ ଭାରତ ସରକାର ଏହାକୁ ଅନୁମତି ଦେଇନଥିଲେ। କିନ୍ତୁ ଦେଶରେ ଏବେ ଟିକାର ଘୋର ଅଭାବ ଦେଖା ଦେଉଥିବାରୁ ସରକାର କିଛି ବିଦେଶୀ ଟିକାକୁ ଅନୁମତି ଦେଇ ପାରନ୍ତି।

Leave A Reply

Your email address will not be published.