Odisha Link
Bridging the Missing Links in Odisha

ରାଜଧାନୀରେ ଅମାନିଆ ଗଣିଲେ ୨୦ ଲକ୍ଷ

ଭୁବନେଶ୍ୱର: ରାଜ୍ୟରେ ଅଣାୟତ୍ତ ହେଲାଣି ମହାମାରୀ କରୋନା। ଦିନକୁ ଦିନ ସଂକ୍ରମଣର ହାର ହୁହୁ ହେଇ ବଢ଼ୁଥିବା ବେଳେ ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ରାଜ୍ୟରେ ଲକଡାଉନ ଜାରି ରହିଛି। ଏହାକୁ କଡ଼ାକଡ଼ା ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୁଲିସ  କଟକଣାକୁ ଉଲ୍ଲଂଘନ ନେଇ କଡ଼ାକଡ଼ି ଯାଞ୍ଚ କରିବା ସହ ମୋଟା ଅଙ୍କର ଜରିମାନା ଆଦାୟ କରୁଛି।

ଏହାରି ଭିତରେ ରାଜଧାନୀ ଭୁବନେଶ୍ୱରରେ ଅମାନିଆଙ୍କ ଠାରୁ ୨୦ ଲକ୍ଷ ୫୪ ହଜାର ଜୋରିମାନା ଆଦାୟ କରାଯାଇଛି। ପ୍ରଥମ ପର୍ଯ୍ୟାୟ ଲକଡାଉନ ମେ’ ୫ରୁ ୧୮ ତାରିଖ ମଧ୍ୟରେ ଏହି ଜୋରିମାନା ଆଦାୟ କରାଯାଇଛି।  ମାସ୍କ ନପିନ୍ଧିବା ଓ  ସାମାଜିକ ଦୂରତା ନମାନିବାରୁ ଏହି ଜୋରିମାନା ଆଦାୟ କରାଯାଇଛି। ୨୨ ହଜାର ୩୬୦ ଜଣଙ୍କୁ ଜରିମାନା କରାଯାଇଥିବା ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।

Leave A Reply

Your email address will not be published.