Odisha Link
Bridging the Missing Links in Odisha

ଛୋଟ ପିଲାଙ୍କ ଶରୀରରେ ବ୍ଳାକ ଫଙ୍ଗସ ଚିହ୍ନଟ

ଗୁଜୁରାଟ: କରୋନାର ଦ୍ୱିତୀୟ ଲହର କାୟା ମେଲାଉଥିବା ବେଳେ ଚିନ୍ତା ବଢ଼ାଇଛି ମହାମାରୀ ବ୍ଲାକ୍ ଫଙ୍ଗସ। କରୋନାରୁ ଆରୋଗ୍ୟ ବ୍ୟକ୍ତି ବ୍ଲାକ ଫଙ୍ଗସରେ ଆକ୍ରାନ୍ତ ହେଉଛନ୍ତି। ଦେଶରେ ବର୍ତ୍ତମାନ ସୁଦ୍ଧା ୧୨୬ ଜଣଙ୍କର ବ୍ଲାକ ଫଙ୍ଗସରେ ଜୀବନ ଗଲାଣି। ଏହାରି ମଧ୍ୟରେ ବୟସ୍କ ଲୋକଙ୍କ ପରେ ଏବେ ଛୋଟ ପିଲାମାନଙ୍କ ଶରୀରରେ ଏହି ଭୂତାଣୁ ସଂକ୍ରମିତ ହେଉଥିବା ଦେଖିବାକୁ ମିଳିଛି । ଅହମଦାବାଦ ଠାରେ ଏକ ୧୩ ବର୍ଷର ପିଲାଠାରେ ଏହି ଭୂତାଣୁ ଚିହ୍ନଟ ହୋଇଛି।

ସୂଚନା ମୁତାବକ, ଗୁଜୁରାଟର ଅହମଦାବାଦ ଠାରେ ଜଣେ ୧୩ ବର୍ଷର ପିଲାଠାରେ ବ୍ଲାକ ଫଙ୍ଗସ ଭୂତାଣୁ ଚିହ୍ନଟ ହେବା ପରେ ଡାକ୍ତରଙ୍କ ଚିନ୍ତା ବଢିଛି। ପିଲାଟି ଠାରେ ମ୍ୟୁକରମାଇକୋସିସ୍ ଭୂତାଣୁ ଚିହ୍ନଟ ହେବା ପରେ ଆଜି ଅହମଦାବାଦର ଏପଲ ଚିଲଡ୍ରେନ ହସ୍ପିଟାଲରେ ପିଲାଟିର ଅପରେସନ କରାଯାଇଛି। ଛୋଟ ପିଲାଙ୍କ ଶରୀରରେ ବ୍ଲାକ ଫଙ୍ଗସ ଭୂତାଣୁ ଚିହ୍ନଟ ହେବା ଏହା ଦେଶର ପ୍ରଥମ ବୋଲି କୁହାଯାଇଛି।

ବ୍ଲାକ ଫଙ୍ଗସ ଦେଖାଦେଇଥିବା ପିଲାଟି ଶରୀରରେ ପ୍ରଥମେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା। ଏହା ପୂର୍ବରୁ ପିଲାଟିର ମା’ ବି କରୋନା ପଜିଟିଭ୍ ଥିଲେ।। ଅନିୟନ୍ତ୍ରିତ ବ୍ଲଡ ସୁଗାର ଓ କୋଭିଡ ମ୍ୟୁକରମାଇକୋସିସ୍(ବ୍ଲାକ ଫଙ୍ଗସ) ବଢ଼ାଉଛି।