Odisha Link
Bridging the Missing Links in Odisha

ପୁଣି ଥରେ FIH ଅଧ୍ୟକ୍ଷ ହେଲେ ଧୃବ ବାତ୍ରା

ଆଜିଠାରୁ ଆରମ୍ଭ ହୋଇଥିବା ୪୭ତମ ଏଫ୍‌ଆଇଏଚ୍‌ କଂଗ୍ରେସରେ ତାଙ୍କୁ ଏହି ପଦ ପାଇଁ ନିର୍ବାଚିତ କରାଯାଇଛି।

ବ୍ୟୁରୋ: ଅନ୍ତର୍ଜାତୀୟ ହକି ସଂଘର (FIH) ସଭାପତି ଭାବେ ପୁନଃ ନିର୍ବାଚିତ ହୋଇଛନ୍ତି ଡ. ନରିନ୍ଦର ଧୃବ ବାତ୍ରା। ପୂର୍ବରୁ ସେ ସଂଘର ସଭାପତି ଥିବା ବେଳେ ଆଜିଠାରୁ ଆରମ୍ଭ ହୋଇଥିବା ୪୭ତମ ଏଫ୍‌ଆଇଏଚ୍‌ କଂଗ୍ରେସରେ ତାଙ୍କୁ ଏହି ପଦ ପାଇଁ ନିର୍ବାଚିତ କରାଯାଇଛି।

କଶ୍ମୀରରେ ଜନ୍ମିତ ଧୃବ ସ୍କୁଲ ସମୟରେ ଜଣେ ଭଲ ହକି ଖେଳାଳି ଭାବେ ନାଁ କରିଥିଲେ। ୧୯୯୭ରୁ ୨୦୧୦ ପର୍ଯ୍ୟନ୍ତ ଦୀର୍ଘ ୧୪ ବର୍ଷ ଧରି ସେ ଜମ୍ମୁ ଓ କଶ୍ମୀର ହକି ସଂଘର ସଭାପତି ରହିଥିଲେ। ପୁନଶ୍ଚ ୨୦୧୨ରୁ ୨୦୧୪ ପର୍ଯ୍ୟନ୍ତ ସେ ଏହି ପଦ ଅଳଂକୃତ କରିଥିଲେ। ୨୦୦୨ରୁ ୨୦୮ ପର୍ଯ୍ୟନ୍ତ ସେ ଭାରତୀୟ ହକି ସଂଘର ଉପସଭାପତି ଥିଲେ। ୨୦୧୦ରୁ ୨୦୧୪ ସେ ଭାରତୀୟ ହକି ସଂଘର ସଂପାଦକ ଥିବା ବେଳେ ୨୦୧୪ରୁ ୨୦୧୬ ଏହାର ସଭାପତି ପଦ ଅଳଂକୃତ କରିଥିଲେ।

ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ହକି ପ୍ରଶାସନ ପଦରେ ରହିବା ପରେ ୨୦୧୬ରୁ ଅଦ୍ୟାବଧି ଧୃବ ଅନ୍ତର୍ଜାତୀୟ ହକି ସଂଘ (ଏଫ୍‌ଆଇଏଚ୍) ସଭାପତି ରହି ଆସିଛନ୍ତି। ଆଜି ପୁଣିଥରେ ସେ ଏହି ପଦ ପାଇଁ ନିର୍ବାଚିତ ହୋଇଛନ୍ତି।

ଧୃବଙ୍କ ସଭାପତିତ୍ବ ସମୟରେ ହକି ମାନଚିତ୍ରରେ ଓଡ଼ିଶାକୁ ବେଶ୍‌ ପ୍ରସିଦ୍ଧି ମିଳିଛି। ୨୦୧୮ ପୁରୁଷ ହକି ଓ୍ବାର୍ଲ କପ୍‌ ସଫଳତାର ସହ ଆୟୋଜନ କରି ବିଶ୍ବରେ ପ୍ରଶାଂସା ସାଉଁଟିଥିଲା ଓଡ଼ିଶା। ଏବେ ସୁନ୍ଦରଗଡ଼ରେ ଦେଶର ସବୁଠୁ ବଡ଼ ହକି ଷ୍ଟାଡିୟମ ନିର୍ମାଣ କରୁଥିବା ଓଡ଼ିଶା ୨୦୨୩ରେ ପୁନଶ୍ଚ ହକି ଓ୍ବାର୍ଲଡ କପ୍‌ ଆୟୋଜନ କରିବାକୁ ଅଣ୍ଟା ଭିଡ଼ିଛି।

Leave A Reply

Your email address will not be published.