Odisha Link
Bridging the Missing Links in Odisha

ବାତ୍ୟା ମୁକାବିଲା: ୫ ବରିଷ୍ଠ ଆଇଏଏସ୍‌, ଆଇପିଏସଙ୍କୁ ୫ ଜିଲ୍ଲାର ଦାୟିତ୍ୱ

ଭୁବନେଶ୍ୱର: ଧୀରେ ଧୀରେ ମାଡ଼ି ମାଡ଼ି ଆସୁଛି ବାତ୍ୟା ୟଶ। ବାତ୍ୟା ୟଶ ଆସନ୍ତା ୨୬ ତାରିଖ ଦ୍ୱିପ୍ରହରରେ ପାରାଦୀପ-ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ। ବାତ୍ୟା ୟଶ୍ ନେଇ ପ୍ରସ୍ତୁତି ଜୋରଦାର କରିଛନ୍ତି ରାଜ୍ୟ ସରକାର । ସର୍ବାଧିକ ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକାରେ ବାତ୍ୟା ମୁକାବିଲା ସମ୍ପର୍କିତ ପ୍ରସ୍ତୁତି ଓ ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟର ତଦାରଖ ନେଇ ୫ ବରିଷ୍ଠ ଆଇଏଏସ୍‌ଙ୍କୁ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

କେନ୍ଦ୍ରାପଡ଼ା ପାଇଁ ହେମନ୍ତ ଶର୍ମା, ଜଗତସିଂହପୁର ପାଇଁ ଶାଶ୍ବତ ମିଶ୍ର, ଭଦ୍ରକ ପାଇଁ ଭି.ଭି. ଯାଦବ, ବାଲେଶ୍ବର ପାଇଁ ବିଶାଲ ଦେବ ଓ ମୟୂରଭଞ୍ଜ ପାଇଁ ସୁରେଶ ବସ୍ତିଆଙ୍କୁ ଦାୟିତ୍ବ ମିଳିଛି। ଏମାନେ ସମ୍ପୃକ୍ତ ଜିଲ୍ଲାରେ ବାତ୍ୟା ମୁକାବିଲା ପ୍ରସ୍ତୁତିର ତଦାରଖ କରିବେ।

ସେହିପରି ବାତ୍ୟା ମୁକାବିଲା ପାଇଁ ବରିଷ୍ଠ ଆଇପିଏସଙ୍କୁ ୫ଟି ଜିଲ୍ଲାର ଦାୟିତ୍ୱ ଦିଆଯାଇଛି । ଜିଲ୍ଲା ପୁଲିସଙ୍କୁ ପରାମର୍ଶ ଓ ମାର୍ଗଦର୍ଶନ ପାଇଁ ଆଇପିଏସଙ୍କୁ ଦାୟିତ୍ୱ ଦିଆଯାଇଛି। କେନ୍ଦ୍ରାପଡ଼ା ପାଇଁ ଆଇପିଏସ ଜୟନାରାୟଣ ପଙ୍କଜ,ଜଗତସିଂହପୁର ପାଇଁ ଆଇପିଏସ ଅମିତାଭ ଠାକୁର, ଭଦ୍ରକ ପାଇଁ ଆଇପିଏସ ଅମିତେନ୍ଦ୍ରନାଥ ସିହ୍ନା, ବାଲେଶ୍ୱର ପାଇଁ ଆଇପିଏସ ଦୀପ୍ତେଶ ପଟ୍ଟନାୟକ, ମୟୂରଭଞ୍ଜ ପାଇଁ ଆଇପିଏସ ଅନିରୁଦ୍ଧ କୁମାର ସିଂହଙ୍କୁ ମିଳିଛି ଦାୟିତ୍ବ।

Leave A Reply

Your email address will not be published.