Odisha Link
Bridging the Missing Links in Odisha

ପରଲୋକରେ ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତା ଅଟଳ ବିହାରୀ ପଣ୍ଡା

ସମ୍ବଲପୁର: ଆଉ ନାହାନ୍ତି ଲୋକପ୍ରିୟ ବରିଷ୍ଠ ଅଭିନେତା ଅଟଳ ବିହାରୀ ପଣ୍ଡା। ମତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲା ଭିମସାରରେ ଶ୍ରୀ ପଣ୍ଡାଙ୍କ ଦେହାନ୍ତ ହୋଇଛି। ମିଳିଥିବା ସୂଚନା ମୁତାବିକ ଶୁକ୍ରବାର ବିଳମ୍ବିତ ରାତି ୩ଟା ୪୫ ମିନିଟରେ ତାଙ୍କର ପରଲୋକ ହୋଇଛି। ଶଲାବୁଢ଼ା, ଆଦିମ ବିଚାର, ଶଲାବୁଢାର ବଦଲାରେ ମୁଖ୍ୟ ଚରିତ୍ରରେ ଅଭିନୟ କରି ଘରେ ଘରେ ପରିଚିତ ଥିଲେ ଅଟଳ ବିହାରୀ ପଣ୍ଡା। ଏହାସହ ସମ୍ବଲପୁରୀ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ । ବାର୍ଦ୍ଧକ୍ୟ ଜନିତ କାରଣରୁ ତାଙ୍କ ବିୟୋଗ ହୋଇଥିବା ଡାକ୍ତର କହିଛନ୍ତି।

ସମ୍ବଲପୁରୀ ସିନେମା ‘ଶଲା ବୁଢ଼ାର ବଦଲା’ରେ ସେ ଅଭିନୟ କରିଥିଲେ। ଶଲାବୁଢା ଫିଲ୍ମର ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ। ଫିଲ୍ମର ମୁଖ୍ୟ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ପ୍ରଶଂସା ସାଉଁଟିଥିଲେ ଅଟର ବିହାରୀ ପଣ୍ଡା। ଏଥି ସହିତ ମଞ୍ଚ ଓ ଚଳଚ୍ଚିତ୍ର ଜଗତରେ ଛାପ ଛାଡିଯାଇଛନ୍ତି।

ଶଲା ବୁଢ଼ା’ ସିନେମା ପଶ୍ଚିମ ଓଡ଼ିଶାର ଜଣେ ଗାଉଁଲି ଜମିଦାର କାହାଣୀକୁ ନେଇ ନିର୍ମାଣ କରାଯାଇଥିବା ଏହି ସିନେମା । ଯାହା କେବଳ ଭାରତରେ ନୁହେଁ, ଦେଶ ବାହାରେ ମଧ୍ୟ ରେକର୍ଡ କରିଛି। ଅନେକ ପୁରସ୍କାର ସାଉଁଟିଛି । ବିଶେଷ କରି ‘ଶଲା ବୁଢ଼ା’ର ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା ଅଟଳ ବିହାରୀ ପଣ୍ଡାଙ୍କ ନିଖୁଣ ଅଭିନୟ ଦର୍ଶକ ବେଶ୍‌ ପସନ୍ଦ କରିଛନ୍ତି।

ଅଟଳ ପଣ୍ଡା ଏହି ସିନେମାରେ ଯେଉଁ ଅଭିନୟ କରିଛନ୍ତି ତାହା ତାଙ୍କୁ ଜଣେ ଆଗଧାଡ଼ିର କଳାକାରଙ୍କ ମଧ୍ୟରେ ସାମିଲ କରି ପାରିଥିଲେ। ତେବେ ପିତା ନବେ ବର୍ଷ ବୟସରେ ଶଲା ବୁଢ଼ା କିଭଳି ବଦଲା ବା ପ୍ରତିଶୋଧ ନେଉଛି, ତାହା ଏହି ସିନେମାର କାହାଣୀ। ‘ଶଲା ବୁଢ଼ାର୍ ବଦଲା’କୁ ମିଳିଛି ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ୬୭ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସାଉଁଟିଥିବା ଏହି ସିନେମା କେବଳ ଯେ ଜଣେ ନିଚ୍ଛକ ଗାଉଁଲି ବୁଢ଼ାର ବଦଲାକୁ ନେଇ ନିର୍ମିତ ତାହା ନୁହେଁ। ଜଣେ ନିଷ୍କପଟ, ସରଳ ହୃଦୟର ବର୍ଣ୍ଣନା ମଧ୍ୟ, ଯାହାକୁ ଫିଲ୍ମ ଆକାରରେ ବାସ୍ତବ ଦୁନିଆକୁ ଅଣାଯାଇଥିଲା

Leave A Reply

Your email address will not be published.