Odisha Link
Bridging the Missing Links in Odisha

କେନ୍ଦ୍ରକୁ କୃଷିମନ୍ତ୍ରୀ ଅରୁଣଙ୍କ ଚିଠି, ଧାନର ଏମଏସପି ବଢ଼ାଇବା ପାଇଁ କଲେ ଦାବି

ଭୁବନେଶ୍ବର: ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବା ପାଇଁ ଦାବି କଲେ ଓଡ଼ିଶା ସରକାର। ଏନେଇ ଆଜି କୃଷି ମନ୍ତ୍ରୀ ଅରୁଣ ସାହୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ଦାବି କରିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବୃଦ୍ଧି କରିବା ଦ୍ବାରା ଚାଷୀ ୨୫ ପ୍ରିତଶତ ଲାଭ ପାଇବେ। ସେ ଆହୁରି କହିଛନ୍ତି ଯେ, ଓଡ଼ିଶା ଚାଷୀ ଅନେକ ଦୁର୍ବିପାକର ସମ୍ମୁଖୀନ ହୋଇଥିବାରୁ ଏମଏସପି ବୃଦ୍ଧି କରାଯାଉ। କେନ୍ଦ୍ର ଯାହା ଦେଉଛି ତାହା ଓଡ଼ିଶା ଚାଷୀଙ୍କ ପାଇଁ ପର୍ଯ୍ୟାପ୍ତ ନୁହେଁ । ଏହା ଉପରେ କେନ୍ଦ୍ର ସରକାର ବିଚାର କରନ୍ତୁ ବୋଲି ସରକାରଙ୍କୁ ପୁଣି ଚିଠି ଲେଖି ଦାବି ଜଣାଇଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ।

ସୂଚନାଥାଉକି, ଦୁଇ ଦିନ ତଳେ ଅର୍ଥାତ୍‌ ବୁଧବାର ଦିନ କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଥିଲେ। ବିଭିନ୍ନ ଖାଦ୍ୟ ଶସ୍ୟର ମୂଲ୍ୟ ବୃଦ୍ଧି ନେଇ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ମିଳିଥିଲା। ଧାନ କ୍ୱିଣ୍ଟାଲ ପିଛା ଏମଏସପି ୧୯୪୦କୁ ବୃଦ୍ଧି ନେଇ କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଥିଲା ।

୨୦୨୦-୨୧ରେ ଧାନ କ୍ୱିଣ୍ଟାଲ ପିଛା ଏମଏସପି ୧୮୬୮ ଥିଲାବେଳେ ୨୦୨୧-୨୨ରେ ତାହାକୁ ବୃଦ୍ଧି କରାଯାଇ ୧୯୪୦ କରାଯାଇଥିଲା । ଏ ସମ୍ପର୍କିତ କ୍ୟାବିନେଟ ନିଷ୍ପତ୍ତି ନେଇ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ସୂଚନା ଦେଇଥିଲେ । ବାଜରା, ହରଡ଼ ଓ ବିରିର ବି ସର୍ମନିମ୍ନ ସହାୟକ ମୂଲ୍ୟକୁ ବୃଦ୍ଧି କରାଯାଇଥିଲା ।

Leave A Reply

Your email address will not be published.