Odisha Link
Bridging the Missing Links in Odisha

ସେପ୍ଟେମ୍ବର-ଅକ୍ଟୋବରରେ ଆସିପାରେ କରୋନାର ତୃତୀୟ ଲହର: ଆଇଆଇଟି କାନପୁର

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଟଳି ନଥିବା ବେଳେ ତୃତୀୟ ଲହର ଅଶଙ୍କା କରାଗଲାଣି। ତୃତୀୟ ଲହର ନେଇ ତଥ୍ୟ ଦେବା ସହ ଟ୍ୱିଟ୍ କରି ସତର୍କ କରାଇ ଦେଇଛି ଆଇଆଇଟି କାନପୁର। ଆଇଆଇଟି କାନପୁର ଏକ ରିପୋର୍ଟ ପ୍ରକାଶ କରି କହିଛି, ସେପ୍ଟେମ୍ବରରୁ ଅକ୍ଟୋବରରେ ତୃତୀୟ ଲହର ଆସିବ। ଏଥିସହ ଅକ୍ଟୋବରରେ ଶିଖର ଛୁଇଁପାରେ ତୃତୀୟ ଲହରର ସଂକ୍ରମଣ।

ତୃତୀୟ ଲହର ଦ୍ୱିତୀୟ ଲହର ଅପେକ୍ଷା କିଛି ମାତ୍ରାରେ କମ୍ ରହିପାରେ। ଦ୍ୱିତୀୟ ଆକଳନ ଅନୁସାରେ, ତୃତୀୟ ଲହର ପିକ୍ ଯଦି ସେପ୍ଟେମ୍ବରରେ ଆସେ, ତେବେ ସଂକ୍ରମଣହାର ଅଧିକ ରହିବ। ଆଇଆଇଟି କାନପୁରର ତୃତୀୟ ଆକଳନ କହୁଛି, ତୃତୀୟ ଲହର ସଂକ୍ରମଣ ପିକ୍ ଅକ୍ଟୋବର ଶେଷରେ ଆସିବ।

ଆଇଆଇଟି କାନପୁର ଅନୁଧ୍ୟାନ କରିଛି ଯେ, ଅଧିକାଂଶ ରାଜ୍ୟରେ ଦ୍ୱିତୀୟ ଲହର ସରି ଆସିଲାଣି। ଏବେ ଉତ୍ତର ଭାରତର ରାଜ୍ୟଗୁଡ଼ିକରେ ଅଧିକ ସଂକ୍ରମଣ ରହିଛି। ଭାରତରେ ଦୈନିକ ସଂକ୍ରମଣ ହାର କମିଛି ଏବଂ ଅଧିକାଂଶ ରାଜ୍ୟରେ ପିଜିଟିଭ ହାର ୫% ତଳେ ରହିଛି। କେରଳ, ଗୋଆ, ସିକିମ୍ ଓ ମେଘାଳୟରେ ୧୦% ଉପରେ ରହିଛି ପିଜିଟିଭ୍ ହାର ରହିଛି।

Leave A Reply

Your email address will not be published.