ଟିଏମ୍ସି ଛାଡି ବିଜେପିରେ ଯୋଗଦେବା ମସ୍ତବଡ ଭୁଲ କହି ମସ୍ତକ ମୁଣ୍ଡନ କଲେ ବିଜେପି କର୍ମୀ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ନିର୍ବାଚନରେ ପରାଜୟ ପରେ ତୃଣମୂଳ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ନେତାଙ୍କର ପ୍ରାୟଶ୍ଚିତ। ବିଜେପିରେ ଯୋଗ ଦେଇଥିବା ନେତା ପୁଣି ନିଜ ଦଳକୁ ଫେରିବାରେ ଲାଗିଛନ୍ତି। ଏହି କ୍ରମରେ ଆଜି ହୁଗଳିରେ ୨୦୦ ବିଜେପି କାର୍ଯ୍ୟକର୍ତ୍ତା ମସ୍ତକ ମୁଣ୍ଡନ କରି ତୃଣମୂଳରେ ଯୋଗ ଦେଇଛନ୍ତି।
ବିଜେପିରେ ଯୋଗଦେବା ସେମାନଙ୍କର ମସ୍ତବଡ ଭୁଲ ଥିଲା ଓ ଏଥିପାଇଁ ସେମାନେ ମସ୍ତକ ମୁଣ୍ଡନ ପୂର୍ବକ ଗଙ୍ଗାଜଳ ସିଞ୍ଚି ନିଜର ସୁଦ୍ଧିକରଣ କରିଛନ୍ତି ବୋଲି କହିଛନ୍ତି। ଏହି କାର୍ଯ୍ୟକର୍ତ୍ତାମାନେ ସାଂସଦ ଅପରୂପା ପୋଦ୍ଦାରଙ୍କ ନେତୃତ୍ୱରେ ପୁଣି ଥରେ ତୃଣମୂଳ କଂଗ୍ରେସ ପତାକା ଧରିଛନ୍ତି।
ଆଜି ତୃଣମୂଳ କଂଗ୍ରେସ ପକ୍ଷରୁ ଆରାମବାଗରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଠାକୁ ଦଳିତ ବର୍ଗର କିଛି ଲୋକ ପହଞ୍ଚି ସାଂସଦ ପୋଦ୍ଦାରଙ୍କୁ ଭେଟି ସେମାନେ ବିଜେପିକୁ ଯାଇ ଭୁଲ କରିଥିବା ଓ ଏଥିଲାଗି ମସ୍ତକ ମୁଣ୍ଡନ ପୂର୍ବକ ଗଙ୍ଗାଜଳ ସିଞ୍ଚି ସୁଦ୍ଧିକରଣ ସହ ଦଳକୁ ଫେରିବାକୁ ଚାହାନ୍ତି ବୋଲି କହିଥିଲେ। ଏଥିରେ ଟିଏମସିର କୌଣସି ଆପତ୍ତି ନଥିବା ସାଂସଦ କହିବାରୁ ସେମାନେ ସମ୍ପୂର୍ଣ୍ଣ ସୁଦ୍ଧିକରଣ ସହ ଦଳରେ ଯୋଗ ଦେବା ସହ ସାଂସଦଙ୍କ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହୋଇଥିଲେ।
ତେବେ ତୃଣମୂଳ ଛାଡି ବିଜେପିକୁ ଯାଇ ସେମାନଙ୍କର ଅନ୍ତଃକରଣ ଅସୁଦ୍ଦ ହୋଇଥିବା ଭାବି ଗଙ୍ଗାଜଳ ସିଞ୍ଚିହେବା, ମସ୍ତକ ମୁଣ୍ଡନ କରିବା ଘଟଣା ବେଙ୍ଗଲରେ ଚର୍ଚ୍ଚାର ବିଷୟ ପାଲଟିଛି। କିଛିଦିନ ପୂର୍ବରୁ ବୀରଭୂମରେ ଶତାଧିକ ବିଜେପି କର୍ମୀ ଓ କାର୍ଯ୍ୟକର୍ତ୍ତା ଗଙ୍ଗାଜଳ ସିଞ୍ଚି ହୋଇ ତୃଣମୂଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ।
ନିର୍ବାଚନରେ ତୃଣମୂଳର ବିପୁଳ ବିଜୟ ପରେ ତୃଣମୂଳ ନେତା ଓ କର୍ମୀ ଉଭୟ ନିଷ୍ପତିକୁ ନେଇ ଅନୁତାପ କରୁଛନ୍ତି। ଏଥିରେ ଯେଉଁ ଦଳୀୟ ନେତାମାନେ ପୁଣି ନିଜ ଦଳକୁ ଫେରୁଛନ୍ତି ବିଜେପି ନେତା ଓ କର୍ମୀମାନେ ଏହାକୁ ନିର୍ବାଚନ ପରବର୍ତ୍ତି ହିଂସା ବୋଲି କହୁଛନ୍ତି।