Odisha Link
Bridging the Missing Links in Odisha

୨ କୋଟିର ବ୍ରାଉନସୁଗାର ଜବତ କଲା ଏସଟିଏଫ୍

ବାଲେଶ୍ବର: ଏସଟିଏଫ ପଞ୍ଝାରେ ବ୍ରାଉନସୁଗାର ବେପାରୀ। ବାଲେଶ୍ବର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବ୍ରାଉନସୁଗାର କାରବାରର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବାଲେଶ୍ବର ବସ୍ତା ଅଞ୍ଚଳରୁ ଜଣେ ବେପାରୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ। ଏ ନେଇ ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ।

ସୂଚନା ମୁତାବକ, ଆଜି କ୍ରାଇମବ୍ରାଞ୍ଚ ଏସଟିଏଫ ଜଣେ ବ୍ରାଉନସୁଗାର ବେପାରୀକୁ ଧରିଛି। ବେପାରୀକୁ ଗିରଫ କରିବା ସହ ୨ କେ.ଜି. ୧୨ ଗ୍ରାମ୍ ବ୍ରାଉନସୁଗାର ଜବତ କରିଛି ଏସଟିଏଫ।  ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି।

Leave A Reply

Your email address will not be published.