Odisha Link
Bridging the Missing Links in Odisha

ଡେଲଟା ପ୍ଲସ୍ ଭାରିଆଣ୍ଟରେ ପ୍ରଥମ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ କରୋନା ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ତୃତୀୟ ଲହରକୁ ନେଇ ଚିନ୍ତା ବଢ଼ିଲାଣି। ଏହାରି ମଧ୍ୟରେ କରୋନାର ଡେଲଟା ପ୍ଲସ ଭାରିଆଣ୍ଟରେ ପ୍ରଥମ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ମଧ୍ୟପ୍ରଦେଶରେ କରୋନାର ଡେଲଟା ପ୍ଲସ ଭାରିଆଣ୍ଟରେ ପ୍ରଥମ ମୃତ୍ୟୁ ହୋଇଛି। ଉଜ୍ଜୟନୀର ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି।

ମୃତ ମହିଳାଙ୍କ ନମୁନା ଟେଷ୍ଟ ପାଇଁ ଜିନୋମ ସିକ୍ୱେନ୍ସ ପାଇଁ ପଠାଯାଇଥିବା ବେଳେ ସେଥିରେ ଡେଲଟା ପ୍ଲସ ଭାରଆଣ୍ଟ ଚିହ୍ନଟ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ମଧ୍ୟପ୍ରଦେଶରେ ଡେଲଟା ପ୍ଲସ୍ ଭାରିଆଣ୍ଟର ୫ଟି ନୂଆ ମାମଲା ସାମ୍ନାକୁ ଆସିଛି। ଯେଉଁଥିରେ ତିନୋଟି ମାମଲା ଭୋପାଳର ଓ ୨ଟି ଉଜ୍ଜୟନୀର ରହିଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି।

ଡାକ୍ତରଙ୍କ ମୁତାବକ, ଉଜ୍ଜୟନୀରେ ୨ଟି ଡେଲଟା ପ୍ଲସ ଭାରଆଣ୍ଟ ଚିହ୍ନଟ ହୋଇଥିଲା। ଟ୍ରେସିଙ୍ଗ କରିବାରୁ ଜଣାପଡିଥିଲା ଏବଂ ସଂକ୍ରମିତ ମହିଳାଙ୍କର ୨୩ ମେ’ରେ ହିଁ ମୃତ୍ୟୁ ହୋଇସାରିଛି। ମହିଳାଙ୍କ ସ୍ୱାମୀ ପ୍ରଥମେ କରୋନାର ଶିକାର ହୋଇଥିଲେ ଓ ପରେ ସେ ପଜିଟିଭ ହୋଇଥିଲେ। କିନ୍ତୁ ୨ ଜଣଙ୍କ ମଧ୍ୟରୁ ମୃତ ମହିଳା ଜଣକ କରୋନା ଟିକା ନେଇନଥିବା ବେଳେ ତାଙ୍କ ସ୍ୱାମୀ ଟିକା ନେଇଥିଲେ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ, ଡେଲଟା ପ୍ଲସ୍ ଦ୍ୱାରା ପ୍ରାୟ ୪୦ଜଣ ଭାରତରେ ସଂକ୍ରମିତ ହୋଇଛନ୍ତି। କୋଭିଡ -୧୯ର ଡେଲଟା ପ୍ଲସ ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହୋଇଥିବା ୪୦ଜଣଙ୍କ ମଧ୍ୟରୁ ମହାରାଷ୍ଟ୍ର, କେରଳ ଏବଂ ମଧ୍ୟପ୍ରଦେଶରେ ଅଧିକ ସଂକ୍ରମିତ ରହିଛନ୍ତି।

Leave A Reply

Your email address will not be published.