Odisha Link
Bridging the Missing Links in Odisha

ଚାନ୍ଦିପୁରରେ ସବସୋନିକ କ୍ରୁଜ ମିସାଇଲ ନିର୍ଭୟର ସଫଳ ପରୀକ୍ଷଣ

ବାଲେଶ୍ବର: ଶକ୍ତିଶାଳୀ ହେଉଛି ଭାରତୀୟ ବାୟୁ ସେନା। ଆଜି ସଫଳ ହୋଇଛି ନିର୍ଭୟ କ୍ଷେପଣାସ୍ତ୍ରର ପରୀକ୍ଷଣ। ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନଂ ଲଞ୍ଚପ୍ୟାଡରୁ ୧୦ଟା ୪୩ ମିନିଟରେ ପରୀକ୍ଷା ହେଲା ଦୂରଗାମୀ ସବସୋନିକ କ୍ରୁଜ ମିସାଇଲ ନିର୍ଭୟ।

ନିର୍ଭୟର ଲକ୍ଷଭେଦ କ୍ଷମତା ରହିଛି ୧୫୦୦ କିଲୋମିଟର। ଏଥିରେ ୨୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ। ଉତକ୍ଷେପଣ ପରେ ନିର୍ଭୟ ମିସାଇଲ ଏୟାରକ୍ରାଫ୍ଟ ଭଳି ଉଡାଣ କରି ଶତ୍ରୁ ଉପରକୁ ଆକ୍ରମଣ ମଧ୍ୟ କରିପାରିବ।

Leave A Reply

Your email address will not be published.