Odisha Link
Bridging the Missing Links in Odisha

ଜୁନ୍ ୨୮ରୁ ଖୋଲିବ ଏମ୍ସ ଓପିଡି

ଭୁବନେଶ୍ୱର: ଆସନ୍ତା ଜୁନ୍ ୨୮ ତାରିଖରୁ ଖୋଲିବ ଏମ୍ସ ଓପିଡି। ରୋଗୀଙ୍କ ପାଇଁ ଖୋଲିବ ଭୁବନେଶ୍ୱର ଏମ୍ସର ଓପିଡ଼ି ବିଭାଗ। କରୋନା ପାଇଁ ଏପ୍ରିଲ ୨୪ ତାରିଖରୁ ଏମ୍‌ସ ଓପିଡ଼ି ବନ୍ଦ ରହିଥିଲା।

ଏବେ ସବୁ ବିଭାଗର ଆଉଟଡୋର୍ ଖୋଲିଲେ ମଧ୍ୟ ଅଳ୍ପ ସଂଖ୍ୟକ ରୋଗୀଙ୍କୁ କରୋନା କଟକଣା ମଧ୍ୟରେ ଚିକିତ୍ସା କରାଯିବ ବୋଲି ଏମ୍ସ ଅଧୀକ୍ଷକ ଡାକ୍ତର ସଚିଦାନନ୍ଦ ମହାନ୍ତି ଜଣାଇଛନ୍ତି। ଧିରେ ଧିରେ ନିୟମିତ ଭାବେ ସବୁ ବିଭାଗରେ ଯେତେ ରୋଗୀ ଚିକିତ୍ସା ପାଇଁ ଆସିବେ, ସେମାନଙ୍କୁ ଆଟେଣ୍ଡ କରାଯିବ। ଓପିଡ଼ି ସହିତ ଟେଲି ମେଡ଼ିସନ୍ ବ୍ୟବସ୍ଥା ପୂର୍ବ ପରି ଜାରି ରହିବ।

Leave A Reply

Your email address will not be published.