Odisha Link
Bridging the Missing Links in Odisha

୩୭ ଡିଗ୍ରୀ ଉପରେ ୧୨ ସହର, ସବୁଠୁ ଉତ୍ତପ୍ତ ବଲାଙ୍ଗୀର

ଓଏଲ୍‌ ବ୍ୟୁରୋ: ମାର୍ଚ୍ଚ ମାସ ମଧ୍ୟଭାଗରୁ ହିଁ ରାଜ୍ୟରେ ଅସହ୍ୟ ତାତି। ତାତିରେ ଆଉଟପାଉଟ ହେଲେଣି ଲୋକେ। ଏସବୁ ମଧ୍ୟରେ ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହେଉଛି ବଲାଙ୍ଗୀର। ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ବଲାଙ୍ଗୀରେ ୩୮.୩ ଡିଗ୍ରୀ ରହିଛି। ଯାହା ରାଜ୍ୟରେ ସର୍ବାଧିକ।

ସବୁଠୁ ବଡ଼କଥା ହେଲା ମାର୍ଚ୍ଚ ମାସ ମଧ୍ୟଭାଗରୁ ହିଁ ଖରାର ପ୍ରକୋପ ଦେଖିବାକୁ ମିଳିଳାନି। ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିବା ସୂଚନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁସାରେ, ବାଲେଶ୍ୱରର ତାପମାତ୍ରା ୩୭ ଡିଗ୍ରୀ ଥିବାବେଳେ, ଚାନ୍ଦବାଲିର ୩୬ ଡିଗ୍ରୀ, କଟକରେ ୩୬ ଡିଗ୍ରୀ, ଭୁବନେଶ୍ୱରର ତାପମାତ୍ରା ୩୬.୬ ଡିଗ୍ରୀ ରହିଥିଲା।

ସେହିପରି ଅନୁଗୁଳର ତାପମାତ୍ରା ୩୮.୧ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ସେପଟେ ସମ୍ବଲପୁରର ତାପମାତ୍ରା ୩୭.୫ ଡିଗ୍ରୀ ସେଲସିୟସ୍, ତାଳଚେରର ୩୭ ଡିଗ୍ରୀ, ଫୁଲବାଣୀର ତାପମାତ୍ରା ୩୬.୧ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ସେହିପରି ନୟାଗଡ ଓ ବୌଦ୍ଧର ତାପମାତ୍ରା ୩୭.୫ ଡିଗ୍ରୀ ସେଲସିୟସ୍ ରହିଛି।

Leave A Reply

Your email address will not be published.