Odisha Link
Bridging the Missing Links in Odisha

ମଦ ପିଇବାରେ ଆଗରେ ଓଡ଼ିଶା

ଓଏଲ୍‌ ବ୍ୟୁରୋ: ମଦ୍ୟପାନ ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ। ଏଭଳି ସତର୍କ ବାଣୀ ଆପଣମାନେ ଫିଲ୍ମରେ ଦେଖିଥିବେ ନିଶ୍ଚୟ। ହେଲେ ଏଭଳି ସତର୍କବାଣୀକୁ ଓଡ଼ିଶାର ଜନତାଙ୍କ ଫୁ। ଆମେ ଆପଣଙ୍କୁ ଏଇଥିପାଇଁ ଏଇ କଥା କହୁଛୁ କାରଣ ଏମିତି ଏକ ରିପୋର୍ଟ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରିବ ନିଶ୍ଚୟ। କାରଣ ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ସର୍ବଭାରତୀୟ ହାର ଅପେକ୍ଷା ଓଡ଼ିଶାରେ ଅଧିକ ପୁରୁଷମାନେ ମଦ୍ୟପାନ କରନ୍ତି।

କେବଳ ପୁରୁଷ ନୁହେଁ ଓଡ଼ିଶାର ମହିଳାମାନେ ମଧ୍ୟ ସର୍ବଭାରତୀୟ ହାର ଅପେକ୍ଷା ଆଗରେ ରହିଛନ୍ତି। ସ୍ବାସ୍ଥ୍ୟ ବିଭାଗ ଦ୍ବାରା କରାଯାଇଥିବା ସଦ୍ୟ ପ୍ରକାଶିତ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ ବା ଏନଏଫ୍ଏଚଏସ-୫ରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ଏଭଳି ରିପୋର୍ଟ ସାମ୍ନାକୁ ଆସିବା ପରେ ଓଡ଼ିଶାରେ କାହିଁକି ଅଧିକ ଲୋକ ମଦ୍ୟ ପାନ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିଯୁକ୍ତ ଏଜେନ୍ସି ଘରକୁ ଘର ବୁଲି ସର୍ଭେ କରିଥିଲା। ମହିଳା ଓ ଶିଶୁମାନଙ୍କର ସ୍ୱାସ୍ଥ୍ୟ, ଓ ଅନ୍ୟ କେତେକ ସୂଚକାଙ୍କ ଉପରେ ପ୍ରାୟ ପ୍ରତି ୫ ବର୍ଷରେ ଏଭଳି ନମୁନା ସର୍ଭେ କରିଥାଏ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ୨୦୧୯ରୁ ୨୦୨୧ ମଧ୍ୟରେ ଏହି ସର୍ଭେରେ ଭାରତର ୬,୩୬,୬୯୯ ପରିବାରକୁ ନିଆଯାଇଥିବା ବେଳେ ଓଡ଼ିଶାର ୨୬,୪୭୬ ପରିବାରଠାରୁ ତଥ୍ୟ ସଂଗ୍ରହ କରାଯାଇଥିଲା।

କେବଳ ପୁରୁଷ ନୁହେଁ ମହିଳାମାନେ ବି ଅଧିକ ସଂଖ୍ୟାରେ ମଦ୍ୟପାନ କରୁଥିବା ସର୍ଭେରୁ ଜଣାପଡ଼ିଛି। ଭାରତରେ ୧୫ ବର୍ଷରୁ ଅଧିକ ବୟସର ୧.୩% ମହିଳା ମଦ୍ୟପାନ କରୁଥିବା ବେଳେ ଓଡ଼ିଶାର ୪.୩% ମହିଳା ମଦ୍ୟପାନ କରୁଥିବା ସର୍ଭେରୁ ଜଣାପଡିଛି।

Leave A Reply

Your email address will not be published.