Odisha Link
Bridging the Missing Links in Odisha

ହାଇ କୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗ: ରାଜ୍ୟ ସରକାରକୁ ଦୋଷ ଦେଲେ କେନ୍ଦ୍ରମନ୍ତ୍ରୀ

ବରଗଡ଼ ସାଂସଦ ସୁରେଶ ପୂଜାରୀ କିଛିଦିନ ତଳେ ପଶ୍ଚିମଓଡ଼ିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ଏକ ଚିଠି ଲେଖିଥିଲେ। ଯାହାର ପ୍ରତି ଉତ୍ତରରରେ କେନ୍ଦ୍ରମନ୍ତ୍ରୀ କିରନ ରିଜଜୁ ଏକ ଚିଠି ଲେଖିଛନ୍ତି।

ଓଏଲ୍‌ ବ୍ୟୁରୋ: ପଶ୍ଚିମା ଓଡ଼ିଶା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗର ମୋଡ଼ ଦିନକୁ ଦିନ ନୂଆ ରୂପ ନେବାକୁ ବସିଛି। ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ପଶ୍ଚିମ ଓଡ଼ିଶାର ଓକିଲ, ଜନସାଧାରଣ, ବିଭିନ୍ନ ଛାମୁଆ ସଙ୍ଗଠନ ବିଭିନ୍ନ ସମୟରେ ଆନ୍ଦୋଳନ କରି ଆସୁଛନ୍ତି। ୨୦୧୯ରେ ବରଗଡ଼ରୁ ସାଂସଦ ଭାବେ ସୁରେଶ ପୂଜାରୀ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗ କଥା ଲୋସଭା ସଦନରେ ମଧ୍ୟ ଉଠାଇ ସାରିଛନ୍ତି। ଏସବୁ ମଧ୍ୟରେ ସୁରେଶ ପୂଜାରୀ କେନ୍ଦ୍ର ଆଇନ୍‌ ମନ୍ତ୍ରୀ କିରନ ରିଜଜୁଙ୍କୁ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ଏକ ଚିଠି ମଧ୍ୟ ଲେଖିଥିଲେ। ଯାହାର ଉତ୍ତରରେ କିରନ ରିଜଜୁ ଏକ ଚିଠି ମଧ୍ୟ ଲେଖିଛନ୍ତି। ଚିଠିରେ କେନ୍ଦ୍ରମନ୍ତ୍ରୀ ଓଲଟି ରାଜ୍ୟ ସରକାରଙ୍କୁ ଦୋଷ ଦେଇଛନ୍ତି। ଯାହାକୁ ନେଇ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ବରଗଡ଼ ସାଂସଦ ସୁରେଶ ପୂଜାରୀ କିଛିଦିନ ତଳେ ପଶ୍ଚିମଓଡ଼ିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ଏକ ଚିଠି ଲେଖିଥିଲେ। ଯାହାର ପ୍ରତି ଉତ୍ତରରରେ କେନ୍ଦ୍ରମନ୍ତ୍ରୀ କିରନ ରିଜଜୁ ଏକ ଚିଠି ଲେଖିଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ପଶ୍ଚିମ ଓଡ଼ିଶାର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ପୂର୍ଣ୍ଣ ପ୍ରସ୍ତାବ ବର୍ତ୍ତମାନ ସୁଦ୍ଧା ଆସିନାହିଁ। ଆସିଲେ ବିଚାର କରାଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି। ଏଥିସହିିତ ପଶ୍ଚିମଓଡ଼ିଶାର କେଉଁ ସ୍ଥାନରେ ହେବ ସେନେଇ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ତଥ୍ୟ ନଆସିଥିବା ଚିଠିରେ ଉଲ୍ଲେଖ ରହିଛି।

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର କରିଥିବା ସୁପାରିସ ଉପରେ କେନ୍ଦ୍ର ଆଇନମନ୍ତ୍ରୀ ମୁଖ୍ୟ ବିଚାରପତିଙ୍କ ମତାମତ ନେଇ ଏକ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ପଠାଇବା ପାଇଁ ରାଜ୍ୟ ସରକାରଙ୍କୁ ବାରମ୍ବାର ପତ୍ର ଲେଖିଛନ୍ତି। କିନ୍ତୁ, ରାଜ୍ୟ ସରକାର ଏଦିଗରେ ସଂପୂର୍ଣ୍ଣ ନିରବ ରହିଥିବାରୁ ସିଏସି ମଧ୍ୟ ଉଦ୍‌ବେଗ ପ୍ରକାଶ କରିସାରିଛନ୍ତି।

Leave A Reply

Your email address will not be published.