Odisha Link
Bridging the Missing Links in Odisha

କାର୍ତ୍ତିକ ପୂର୍ଣ୍ଣିମା ଓ ଚନ୍ଦ୍ରଗ୍ରହଣ ପାଇଁ ବିଏମସି ପକ୍ଷରୁ ବ୍ୟାପକ ପ୍ରସ୍ତୁତି

ଓଏଲ୍‌ ବ୍ୟୁରୋ: ଧର୍ମ ମାସର ଶେଷରେ କାର୍ତ୍ତିକ ପୂର୍ଣ୍ଣିମା ଓ ଚନ୍ଦ୍ରଗ୍ରହଣ। ଆସନ୍ତାକାଲି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ମନ୍ଦିରରେ ଦେଖାଯାଏ ଭିଡ଼ କିନ୍ତୁ କାଲି ମଧ୍ୟ ଚନ୍ଦ୍ରଗ୍ରହଣ। ସବୁଥର ଏହି ଦିନରେ ସବୁ ଧର୍ମ ଅନୁଷ୍ଠାନରେ ଜନଗହଳି ଦେଖିବାକୁ ମିଳିଥାଏ । ଭୁବନେଶ୍ୱରରେ ଭକ୍ତଙ୍କ ସୁରକ୍ଷା ଓ ପରିବେଶ ସଫା ରଖିବା ପାଇଁ ବିଏମସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିନ୍ଦୁସାଗର, କୁଆଖାଇ ଓ ଦୟା ନଦୀ ପଠା ସମେତ ସହରର ବିଭିନ୍ନ ପ୍ରମୁଖ ଜଳାଶୟରେ ଭକ୍ତଙ୍କ ଭିଡ଼କୁଦୃଷ୍ଟିରେ ରଖି ସଫେଇ ଓ ଅଲୋକୀକରଣ ବ୍ୟବସ୍ଥା କରାଯାଇଛି।

ଭୁବନେଶ୍ୱର ମେୟର ଏହି ଉତ୍ସବରେ ପ୍ଲାଷ୍ଟିକ ବ୍ୟବହାର ନକରିବାକୁ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି। ଉତ୍ସବ ସାରିବା ପରେ ଜଳାଶୟ ଗୁଡିକୁ ସଫେଇ ପାଇଁ ମଧ୍ୟ ବିଭିନ୍ନ ଠିକା ସଂସ୍ଥାଙ୍କୁ ନିର୍ଦେଶ ଦେଇଛନ୍ତି ମେୟର। ସମସ୍ତ ସୁରକ୍ଷା ଭିତରେ ଶାନ୍ତି ଶୃଙ୍ଖଳାର ସହ ଭକ୍ତ ଭଗବାନଙ୍କ ଦର୍ଶନ କରିପାରିବେ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.