Odisha Link
Bridging the Missing Links in Odisha

ସାଥିରେ ଆଣୁଥିଲେ ବନ୍ଧୁକ, ଗୁଳି ଫୁଟି ଗୁରୁତର

ଓଏଲ୍ ବ୍ୟୁରୋ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିରେ ଅଘଟଣ। ଦେଶୀ ବନ୍ଧୁକରୁ ଗୁଳି ଫୁଟାଇ ଜଣେ ଗୁରୁତର ହୋଇଛନ୍ତି। କୋଟଗଡ ଥାନା ରଡ଼ା ଗ୍ରାମର ଏଲିଅ ସୁନାମାଝୀ ହେଉଛନ୍ତି ସେହି ଗୁରୁତର ହୋଇଥିବା ବ୍ୟକ୍ତି। ଏଲିଅଙ୍କୁ ଉଦ୍ଧାର କରି ଦାରିଙ୍ଗବାଡ଼ି ମେଡିକାଲରେ ଭର୍ତ୍ତି କରାଯାଇଥଲା କିନ୍ତୁ ଅବସ୍ଥା ଅଧିକ ସାଙ୍ଘାତିକ ହେବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି ସ୍ଥାନାନ୍ତର କରାଯାଇଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ବନ୍ଧୁକକୁ ଜବତ କରିଛି।

ବିଶେଷ ସୂତ୍ରରୁ ଜଣାପଡିଛି କୋଟଗଡ ରଡ଼ା ଗ୍ରାମର ଏଲିଅ ସୁନାମାଝୀ ଦାରିଙ୍ଗବାଡ଼ି ଥାନା ପେତର ବାଡ଼ି ଗ୍ରାମକୁ ଯାଇଥିଲେ l ଫେରିବା ସମୟରେ ସାଙ୍ଗରେ ଏକ ଗୁଳି ଭର୍ତ୍ତି ବନ୍ଧୁକ ଆଣୁଥିଲେ । ବନ୍ଧୁକକୁ ସେ ଏକ ବସ୍ତା ଭିତରେ ଲୁଚାଇ ଦାରିଙ୍ଗବାଡିକୁ ଆସୁଥିଲେ । ବୋଧେ ତାଙ୍କ ନିଜ ଅସାବଧାନତାର ଶିକାର ହୋଇ ନିଜ ହାତରେ ଗୁଳି ଫୁଟି ଯାଇଥିଲା । ଯାହା ଦ୍ୱାରା ଏଲିଅଙ୍କ ପାପୁଲି ଛିଣ୍ଡିଯିବା ସହିତ ହାତରେ ଗଭୀର ଆଘାତ ଲାଗିଥିଲା। ଆକସ୍ମିକ ଗୁଳି ଶବ୍ଦ ଶୁଣି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ସେଠାକାର ସ୍ଥାନୀୟ ପୋଲିସ ତଥା ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀ ଘଟଣା ସ୍ଥଳରେ ପହଞ୍ଚିଥିବା ବେଳେ ଦେଶୀ ବନ୍ଧୁକ ଜବତ କରିଥିଲେ। ସେ ନିଜ ଆଡୁ ଏକ ମାମଲା ରୁଜୁ କରିଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

ଆହତ ବ୍ୟକ୍ତି ଜଣକ ବନ୍ଧୁକକୁ କାହିଁକି ଏବଂ କେଉଁ ଉଦ୍ଦେଶ୍ୟ ରେ ଆଣିଥିଲେ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନି। ଏଲିଅ କୌଣସି ଚୋରା ବନ୍ଧୁକ କାରବାର ରେ ସାମିଲ ଅଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଦାରିଙ୍ଗବାଡ଼ି ପୋଲିସ ଏହି ଘଟଣାକୁ ଅତି ଗୁରୁତର ଭାବେ ଗ୍ରହଣ କରି ତଦନ୍ତ ଜାରି କରିଛି। ପ୍ରକୃତ ଘଟଣା କଣ ଏହା ତଦନ୍ତ ପରେ ଜଣାପଡିବ ।

Leave A Reply

Your email address will not be published.