Odisha Link
Bridging the Missing Links in Odisha

ପଦ୍ମପୁର ଉପନିର୍ବାଚନ: ପ୍ରକାଶ ପାଇଲା ବିଜ୍ଞପ୍ତି

ଜଣେ ପ୍ରଶାସନିକ ଅଧିକାରୀ ମଧ୍ୟ ଟିକେଟ୍‌ ଦୌଡରେ ଥିବା ନେଇ ଜୋରଦାର ଚର୍ଚ୍ଚା ହେଉଛି।

ଓଏଲ୍‌ ବ୍ୟୁରୋ: ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି। ନଭେମ୍ବର ୧୭ ତାରିଖରେ ପ୍ରାର୍ଥପତ୍ର ଦାଖଲର ଶେଷ ତାରିଖ ଥିବାବେଳେ ୧୮ ତାରିଖ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ। ନଭେମ୍ବର ୨୧ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାର ସମୟସୀମା ରହିଛି। ସେହିପରି ଡିସେମ୍ବର ୫ ତାରିଖରେ ମତ ସାବ୍ୟସ୍ତ କରିବେ ମତଦାତା। ଏହାପରେ ଡିସେମ୍ବର ୮ ତାରିଖରେ ଭୋଟ୍‌ ଗଣତି ହୋଇ ସେହିଦିନ ହିଁ ଫଳାଫଳ ପ୍ରକାଶ ପାଇବ।

ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇ ଉଠିଛି। ରାଜ୍ୟର ତିତି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜ ପ୍ରାର୍ଥୀଙ୍କୁ ଚୟନ କରିବା ପାଇଁ ଲାଗି ପଡ଼ିଲେଣି। ବିଜେଡିରୁ ପ୍ରାର୍ଥୀ ହେବା ନେଇ ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ପରିବାରରୁ ହିଁ ସାମ୍ନାକୁ ଆସୁଛି ଦୁଇଟି ଚେହେରା। ନିକଟରେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇଥିଲେ ବିଜୟ ରଞ୍ଜନ ସିଂ ବରିହାଙ୍କ ଧର୍ମପତ୍ନୀ ତିଳୋତ୍ତମା ସିଂ ବରିହା। ସେ କହିଥିଲେ ଯେ, ସ୍ବାମୀଙ୍କ ସ୍ବପ୍ନକୁ ଅଧୁରା କରିବି। ଏବେ ଆଉ ଏକ ଚେହେରା ଅର୍ଥାତ୍‌ ଶ୍ରୀ ବରିହାଙ୍କ ପୁତୁରା ବୋହୂ ମାଧବୀ ସିଂ ବରିହା ପ୍ରମୁଖ ଦାବିଦାର ଥିବା ନେଇ ଚର୍ଚ୍ଚା ହେଉଛି। ଏସବୁ ବାଦ୍‌ ଜଣେ ପ୍ରଶାସନିକ ଅଧିକାରୀ ମଧ୍ୟ ଟିକେଟ୍‌ ଦୌଡରେ ଥିବା ନେଇ ଜୋରଦାର ଚର୍ଚ୍ଚା ହେଉଛି।

ଅନ୍ୟପଟେ ଧାମନଗର ବିଜୟ ପରେ ବିଜେପି କ୍ୟାମ୍ପ୍‌ ପୂରା ଉତ୍ସାହିତ ରହିଛି। ଧାମନଗର ଭଳି ପଦ୍ମପୁରରେ ଉପନିର୍ବାଚନରେ ଜିତିବା ପାଇଁ ରଣନୀତି ଆପଣାଉଛି ବିଜେପି। ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଦଳୀୟ ପ୍ରାର୍ଥୀ ହେବା ନେଇ ଏକପ୍ରକାର ନିଶ୍ଚିତ ହୋଇଥିବା ବେଳେ ତାଙ୍କ ସହଯୋଗୀ ରାଜୁ ଘିବେଲା ଦଳ ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି। ଯାହା ବିଜେପି ପାଇଁ ଜୋରରଦାର ଝଟକା ଲାଗିଛି।

ଅନ୍ୟପଟେ କଂଗ୍ରେସ ପର୍ଯ୍ୟବେକ୍ଷକ ଟିମ୍ ୪ ଜଣଙ୍କ ନାଁ ହାଇକମାଣ୍ଡକୁ ସୁପାରିଶ କରିଛି। ସେମାନଙ୍କ ମଧ୍ୟରୁ ରେସରେ ଆଗରେ ଅଛନ୍ତି ପଦ୍ମପୁରର ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ।

Leave A Reply

Your email address will not be published.