Odisha Link
Bridging the Missing Links in Odisha

ପଦ୍ମପୁର ଉପନିର୍ବାଚନ: ନାମାଙ୍କନ ଭରିଲେ ପ୍ରଦୀପ, ସାଥୀରେ ଥିଲେ କେନ୍ଦ୍ରମନ୍ତ୍ରୀ

ପଦ୍ମପୁର: ଉପନିର୍ବାଚନ ପାଇଁ ପଡ଼ୁଛି ଉଠୁଛି ପଦ୍ମପୁର। ଉପନିର୍ବାଚନ ଜିତିବା ପାଇଁ ତିନି ଦଳ କରୁଛନ୍ତି ଜୋରଦାର ପ୍ରୟାସ। ଆଜି ବିରାଟ ପଟୁଆାରେ ନାମାଙ୍କନ ପତ୍ର ଦାଖଲ କରିବାକୁ ଯାଇଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତ। ନାମାଙ୍କନ ଦାଖଲ ସମୟରେ ତାଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବରଗଡ଼ ସାଂସଦ ସୁରେଶ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରଥମ ଥର ପାଇଁ ୨୦୧୪ ମସିହାରେ ପଦ୍ମପୁର ବିଧାୟକ ଭାବେ ନିର୍ବାଚିତ ବିଧାନସଭାକୁ ଆସିଥିଲେ ପ୍ରଦୀପ ପୁରୋହିତ। ୨୦୧୯ରେ ସେ ଦିବଙ୍ଗତ ବିଜେଡି ନେତା ବିଜୟ ରଞନ ବରିହାଙ୍କଠାରୁ ୫ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ହାରିଥିଲେ। ବର୍ତ୍ତମାନ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚାର ସଭାପତି ଅଛନ୍ତି ପ୍ରଦୀପ ପୁରୋହିତ। ଉପନିର୍ବାଚନରେ ପ୍ରଦୀପଙ୍କ ଉପରେ ଭରସା ରଖି ପୁଣି ଦଳ ଦେଇଛି ଟିକେଟ୍।

ଅନ୍ୟପକ୍ଷରେ କଂଗ୍ରେସ ପୂର୍ବତନ ବିଧାୟକ ସତ୍ୟ ଭୂଷଣ ସାହୁଙ୍କୁ ପ୍ରାର୍ଥୀ କରିଛି। ସେ କେବେ ନାମାଙ୍କନ ଭରିବେ ସେ ନେଇ ଦଳ ପକ୍ଷରୁ କିଛି ସୂଚନା ମିଳିପାରି ନାହିଁ। ଅନ୍ୟପଟେ ବିଜେଡିରୁ କିଏ ହେବେ ପ୍ରାର୍ଥୀ ସେନେଇ କଳ୍ପନାଜଳ୍ପନା ଲାଗି ରହିଛି। ଏଯାଏଁ ପ୍ରାର୍ଥୀ ଘୋଷଣା କରି ନାହିଁ ବିଜେଡି କିନ୍ତୁ ୧୬ ତାରିଖରେ ପ୍ରାର୍ଥିପତ୍ର ଦାଖଲ ହେବ ବୋଲି ଘୋଷଣା କରିଛି ଦଳ।

Leave A Reply

Your email address will not be published.