Odisha Link
Bridging the Missing Links in Odisha

ଭିଜିଲାନ୍ସ ପଞ୍ଝାରେ ସରକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରବିନାରାୟଣ ପଣ୍ଡା

ଭିଜିଲାନ୍ସ ଚଢାଉ ବେଳେ ନଗଦ ଟଙ୍କା ସହ ବିଭିନ୍ନ ରକମର ସୁନା ରୂପା ଅଳଙ୍କାର ସହ ରୂପା ଗ୍ଲାସ ଓ ନାମୀ ଦାମୀ ଘଣ୍ଟା ବି ଜବତ କରିଛି ।

ଓଏଲ୍ ବ୍ୟୁରୋ : ଭିଜିଲାନ୍ସ ଜାଲରେ ସରକାରୀ କର୍ମୀ । ରୂପା ଗ୍ଲାସରେ ପାଣି ପିଉଥିଲେ ନାମିଦାମୀ ଘଣ୍ଟା ପିନ୍ଧୁଥିଲେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ । ଭିଜିଲାନ୍ସ ଆୟ ବର୍ହିଭୁତ ସମ୍ପତି ଠୁଲ ଅଭିଯୋଗରେ ଚଢ଼ାଉ କରିଛି । ଭିଜିଲାନ୍ସ ଚଢାଉ ବେଳେ ନଗଦ ଟଙ୍କା ସହ ବିଭିନ୍ନ ରକମର ସୁନା ରୂପା ଅଳଙ୍କାର ସହ ରୂପା ଗ୍ଲାସ ଓ ନାମୀ ଦାମୀ ଘଣ୍ଟା ବି ଜବତ କରିଛି ।

ଏହି ସରକାରୀ କର୍ମୀ ଜଣକ ବିଳାସ ପୂର୍ଣ୍ଣ ଜୀବନଯାପନ ଅତିବାହିତ କରୁଥିଲେ। ଭିଜିଲାନ୍ସ ଚଢ଼ାଉ କରିଥିବା ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ହେଉଛନ୍ତି ରବିନାରାୟଣ ପଣ୍ଡା । ତାଙ୍କ ଘରେ ଭିଜିଲାନ୍ସର ଚଢ଼ାଉ । ରବିନାରାୟଣ ପଣ୍ଡା ମୟୂରଭଞ୍ଜ ଉଦଳା ସବଡିଭିଜନରେ ଆରଡବ୍ଲୁଏସ ଭାବେ କାର୍ଯ୍ୟରତ ଥିଲେ ।

ଭିଜିଲାନ୍ସ ଚଢ଼ାଉ କରୁଛି ମୟୂରଭଞ୍ଜ କାର୍ଯ୍ୟାଳୟ ସମେତ ଏକକାଳୀନ ୮ଟି ସ୍ଥାନରେ। ଭିଜିଲାନ୍ସ ଜାଲରେ ମଧ୍ୟ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ କେନ୍ଦ୍ରାପଡା ସ୍ଥିତ ବାସଭବନ। ଚଢ଼ାଉରେ ଜଣେ ଆଡିସନାଲ ଏସପି, ୮ଜଣ ଅତିରିକ୍ତ ଏସପି, ୫ଜଣ ଇନସପେକ୍ଟର, ଜଣେ ସବ୍-ଇନସପେକ୍ଟର ଓ ୧୧ଏଏସଆଇ ସାମିଲ ହୋଇଛନ୍ତି । ଯନ୍ତ୍ରୀଙ୍କ ସମ୍ପର୍କୀୟଙ୍କ ଘରୁ ୨୫ଲକ୍ଷ ମିଳିଥିବାର ସୂଚନା । ଭିଜିଲାନ୍ସର ଖୋଳତାଡ଼ ଜାରି ରହିଛି ଯନ୍ତ୍ରୀଙ୍କ ଘରେ।

Leave A Reply

Your email address will not be published.