Odisha Link
Bridging the Missing Links in Odisha

ଶିଖରଚଣ୍ଡୀରେ ୫-ଟି ସଚିବ, କଲେ ମନ୍ଦିର ସମୀକ୍ଷା

ଭୁବନେଶ୍ବର: ଭୁବନେଶ୍ବର ଶିଖରଚଣ୍ଡୀ ମନ୍ଦିର ପରିଦର୍ଶନ କରିଛନ୍ତି ୫-ଟି ସଚିଭ ଭି.କେ ପାଣ୍ଡିଆନ୍। ଆଜି ସକାଳ ସାଢ଼େ ୫ଟାରେ ମନ୍ଦିର ପରିଦର୍ଶନ କରିବା ସହିତ ମନ୍ଦିରର ବିକାଶ ସ୍ଥିତି ସମୀକ୍ଷା କରିଛନ୍ତି ୫-ଟି ସଚିବ। ମାଆଙ୍କୁ ଦର୍ଶନ କରିବା ସହ ମନ୍ଦିରର ବିକାଶ ନେଇ ଆଲୋଚନା କରିଛନ୍ତି।

ଏହାପରେ ହିଲଟପରେ ଥିବା ହନୁମାନ ମନ୍ଦିର ମଧ୍ୟ ପରିଦର୍ଶନ କରିଥିଲେ। ସେ ସ୍ଥାନକୁ ମଧ୍ୟ କିପରି ସୁନ୍ଦର କରାଯାଇପାରିବ, ସେଥିପାଇଁ ମଧ୍ୟ କରିଛନ୍ତି ଆଲୋଚନା।ପରବର୍ତ୍ତୀ ସମୟରେ ପାଇକରାପୁରରେ ପ୍ରସ୍ତାବିତ ସ୍ପୋର୍ଟ୍ସ ସିଟିର କାମର ସମୀକ୍ଷା କରିଥିଲେ ୫ଟି ସଚିବ। ସେହିପରି ଜଟଣୀ ଅଲକର ଗସ୍ତ କରିଥିଲେ ୫-ଟି ସଚିବ।

ତାଙ୍କ ସହ ବରିଷ୍ଠ ଆଇଏଏସ୍‌ ଅଧିକାରୀ ସଞ୍ଜୟ କୁମାର ସିଂହ, ଭିନିଲ୍‌ କ୍ରିଷ୍ଣା ,ବିଡିଏ ଉପାଧ୍ୟକ୍ଷ, ବିଏମସି କମିଶନର, ଖୋର୍ଦ୍ଧା ଜିଲ୍ଲାପାଳ, ଉପଜିଲ୍ଲାପାଳ, ଭୁବନେଶ୍ବର ତହସିଲଦାର ଓ ଚନ୍ଦକା ଡିଏଫଓ ଉପସ୍ଥିତ ଥିଲେ।

Leave A Reply

Your email address will not be published.