Odisha Link
Bridging the Missing Links in Odisha

ସୋଆ ଏସ୍‌ଏଚ୍‌ଏମ୍‌ରେ ମହିଳାଙ୍କ ନିମନ୍ତେ ରନ୍ଧନ ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର : ମହିଳାମାନେ ନିଜେ ସ୍ୱାବଲମ୍ବୀ ହୁଅନ୍ତୁ ଯାହା ଦ୍ୱାରା ଯେକୌଣସି ପ୍ରତିକୁଳ ପରିସ୍ଥିତି ରେ ମଧ୍ୟ ସେମାନେ ଅସହାୟ ହୋଇପଡିବେ ନାହିଁ। ପ୍ରତ୍ୟେକ ମହିଳା ଙ୍କ ନିକଟରେ ରନ୍ଧନ ର କଳା ରହିଛି। ଶ୍ରଦ୍ଧା , ଭକ୍ତି ଓ ନିଷ୍ଠା ର ସହ କାର୍ଯ୍ୟ କଲେ ସେମାନେ ସଫଳ ହୋଇପାରିବେ ବୋଲି କହିଛନ୍ତି ଫୁଡ୍‌ ଷ୍ଟାର୍ଟ ଅପ୍‌ “ରୋଜିସ୍‌ କିଚେନ୍‌” ର ପରିଚାଳନା ନିର୍ଦ୍ଦେଶିକା ସରୋଜା ଚୌଧୁରୀ। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍‌ ଅଫ୍‌ ହୋଟେଲ୍‌ ମ୍ୟାନେଜମେଂଟ ରେ ମହିଳା ମାନଙ୍କ ନିମନ୍ତେ ବୁଧବାର ଆରମ୍ଭ ହୋଇଥିବା ରନ୍ଧନ ପ୍ରଶିକ୍ଷଣ ଶିବିରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ଶ୍ରୀମତି ଚୌଧୁରୀ।

ଶ୍ରୀମତି ଚୌଧୁରୀ କହିଥିଲେ ଯେ ମହିଳାମାନେ ରନ୍ଧନ ର ପ୍ରଶିକ୍ଷଣ ନେଇ ରୋଜଗାରକ୍ଷମ ହେବା ଆବଶ୍ୟକ ` ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଶିକ୍ଷା ଓ ଅନୁସନ୍ଧାନ(ସୋଆ)ର ପରୀକ୍ଷା ନିରୀକ୍ଷକ ପ୍ରଫେସର ମଞ୍ଜୁଳା ଦାସ କହିଥିଳେ ଯେ ପରିବାରକୁ ସୁସ୍ଥ ରଖିବା ର ଦାୟିତ୍ୱ ମହିଳାମାନଙ୍କ ହାତରେ ରହିଥାଏ। ବଜାରର ଅସ୍ୱାସ୍ଥ୍ୟକର ଖାଦ୍ୟ ଅପେକ୍ଷା ମହିଳାମାନେ ଘରେ ହାତ ରନ୍ଧା ପୁଷ୍ଟିକର ଖାଦ୍ୟ ରାନ୍ଧିବା ଦ୍ୱାରା ହିଁ ପରିବାରବର୍ଗ ସୁସ୍ଥ ରହିଥାନ୍ତି। ଖାଦ୍ୟ ରାନ୍ଧିବା ବେଳେ ଖାଦ୍ୟପଦାର୍ଥ, ସମୟ ଏବଂ ପୁଷ୍ଟିକର ଖାଦ୍ୟ ଉପରେ ମହିଳାମାନେ ଗୁରୁତ୍ୱ ଦେବା ଉଚିତ୍‌ ବୋଲି ପ୍ରଫେସର ଦାସ କହିଥିଲେ।

ବୁଧବାର ନଭେମ୍ବର ୧୬ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ୧୫ ଦିନ ଧରି ଏହି ପ୍ରଶିକ୍ଷଣ ଶିବିର “ଉଇ କ୍ୟାନ୍‌ କୁକ୍‌” ପ୍ରତ୍ୟେକ ଦିନ ଦିନ ୨ଟାରୁ ୫ ଟା ଯାଏଁ ଜାରି ରହିବ। ଏହି ଶିବିରରେ ଇଣ୍ଡିଆନ୍‌,କନ୍‌ଟିନେଟଂଟାଲ୍‌ ଖାଦ୍ୟ ସମେତ ବିଭିନ୍ନ ବେକିଂ ଓ ମକ୍‌ଟେଲ୍‌ ର ପ୍ରଶିକ୍ଷଣ ମଧ୍ୟ ଦିଆଯିବ। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଏହି ଶିବିରରେ ଭାଗ ନେଇଥିବା ୩୦ ଜଣ ମହିଳା ମାନଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ଏସଏଚ୍‌ଏମ୍‌ର ଡିନ୍‌ ଇନ୍‌ଚାର୍ଜ ଡକ୍ଟର ସପନ କୁମାର ସାଢ଼ୁଆଳଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଫ୍ୟାକ୍ଟଲି ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ। ଆସିଷ୍ଟାଂଟ୍‌ ପ୍ରଫେସର ସଂଘମିତ୍ରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave A Reply

Your email address will not be published.