Odisha Link
Bridging the Missing Links in Odisha

ଇସ୍ରୋକୁ ଆଉ ଏକ ବଡ ସଫଳତା

ଆଜି ଦିନ ୧୨ଟାରେ ଓସିଏନସ୍ୟାଟ- ୩ ଉତକ୍ଷେପଣ କରାଯାଇଥିବାବେଳେ ନାନୋ ସାଟେଲାଇଟ ମଧ୍ୟ ଉତକ୍ଷେପଣ ହୋଇଛି।

ଓଏଲ୍ ବ୍ୟୁରୋ: ଇତିହାସ ରଚିଲା ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥାନ ଇସ୍ରୋ। ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ ଇସ୍ରୋ ତରଫରୁ ତାମିଲନାଡୁର ଶ୍ରୀହରିକୋଟାର ସତୀଶ ଧାୱନ ଅନ୍ତରୀକ୍ଷ କେନ୍ଦ୍ରରୁ ଓସେନସ୍ୟାଟ-୩ ଓ ଭୂଟାନର ଏକ ଉପଗ୍ରହ ସମେତ ମୋଟ ୯ଟି ଛୋଟ ସାଟେଲାଇଟକୁ ପିଏସଏଲଭି –ସି୫୪/ଇଓଏସ-୦୬ ମିଶନ କ୍ରମରେ ଲଞ୍ଚ କରିଛି।

ଇସ୍ରୋର ଅଧ୍ୟକ୍ଷ ଏସ୍ ସୋମନାଇ କହିଛନ୍ତି ପିଏସଏଲଭି-ସି୫୪ ପୃଥୀ ଅବଲୋକନ ଉପଗ୍ରହ ସମେତ ମୋଟ ୮ ଟି ଉପଗ୍ରହକୁ ସଫଳତାର ସହ ଅନ୍ତରୀକ୍ଷରେ ସ୍ଥାପିତ କରିଛି। ଇସ୍ରୋ ପକ୍ଷରୁ ସୂଚନା ଅନୁଯାଇ ଆଜି ଦିନ ୧୨ଟାରେ ଓସିଏନସ୍ୟାଟ- ୩ ଉତକ୍ଷେପଣ କରାଯାଇଥିବାବେଳେ ନାନୋ ସାଟେଲାଇଟ ମଧ୍ୟ ଉତକ୍ଷେପଣ ହୋଇଛି।

ଓସିଏନସ୍ୟାଟ-୩ ଏକ ସିରିଜର ଉପଗ୍ରହ ହୋଇଥିବାବେଳେ ଏହି ସିରିଜର ପ୍ରଥମ ଉପଗ୍ରହ ଓସିଏନସ୍ୟାଟ-୧ ୧୯୯୯ ମେ ୨୬ରେ ଉତକ୍ଷେପଣ କରାଯାଇଥିଲା। ଏହାପରେ ୨୩ ସେପ୍ଟେମ୍ବର ୨୦୦୯ରେ ଅନ୍ୟଏକ ଉତକ୍ଷେପଣ ହୋଇଥିଲା । ଆଜି ଏହାର ତୃତୀୟ ପିଢ଼ି ଓସିଏନସ୍ୟାଟ-୩କୁ ଲଞ୍ଚ କରାଯାଇଛି। ସମୁଦ୍ର ବିଜ୍ଞାନ ଓ ବାୟୁମଣ୍ଡଳିୟ ଅଧ୍ୟୟନକୁ ସହଜ କରିବ ଓସିଏନସ୍ୟାଟ -୩। ଯେକୌଣସି ଘୁର୍ଣ୍ଣିବଳୟ ଠାରୁ ସାମୁଦ୍ରିକ ଝଡ ମୁକାବିଲା କରିବାରେ ଇସ୍ରୋକୁ ସଫଳ କରାଇବାରେ ସହାୟ ହେବ ଏହି ଉତକ୍ଷେପଣ ।

Leave A Reply

Your email address will not be published.