Odisha Link
Bridging the Missing Links in Odisha

ଓକିଲ ଆନ୍ଦୋଳନ ବେଳେ ଉତ୍ତେଜନା, ଆଇନଜୀବୀ ଓ ପୋଲିସ ମୁହାଁମୁହିଁ

ସମ୍ବଲପୁର କଚେରୀ ଛକରେ ବିଚାରପତିଙ୍କୁ ଆନ୍ଦୋଳନକାରୀ ଆଇନୀଜୀବୀ ମାନେ କୋର୍ଟ ଯିବାକୁ ଦେଉନଥିବାବେଳେ ଆଇନୀଜୀବୀ ଓ ପୋଲିସ ମୁହାଁମୁହିଁ ହେବାର ଖବର ସାମ୍ନାକୁ ଆସିଛି।

ଓଏଲ୍ ବ୍ୟୁରୋ : ଦୀର୍ଘଦିନ ହେବ ଲାଗିରହିଛି ଓକିଲ ଆନ୍ଦୋଳନ। ସମ୍ବଲପୁରରେ ଓକିଲ ଆନ୍ଦୋଳନ ଚାଲିଥିବାବେଳେ ଦେଖାଦେଇଛି ଉତ୍ତେଜନା।ଆନ୍ଦୋଳନକାରି ଓକିଲମାନେ କୋର୍ଟକୁ ବିଚାରପତିଙ୍କୁ ଯିବାକୁ ଦେଉନାହାନ୍ତି। ଯାହା ଫଳରେ ପୋଲିସ ଏବଂ ଆଇନଜୀବୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି।ପୂର୍ବରୁ ଏହି ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟ ଚେତାବନୀ ଦେଇଥିଲେ।

ଆନ୍ଦୋଳନକାରି ଓକିଲମାନେ ଯଦି ଆନ୍ଦୋଳନ ତ୍ୟାଗ ନ କରନ୍ତି ତେବେ ସେମାନଙ୍କ ଲାଇସେନ୍ସ ବାତିଲ କରାଯିବ। ସୁପ୍ରିମକୋର୍ଟର ଏଭଳି ଚେତାବନୀକୁ ଖାତିର ନ କରି ଆଇନଜୀବୀ ମାନେ ଆନ୍ଦୋଳନ ଜାରି ରଖିଥିଲେ। ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟ ଆଇନୀଜୀବୀଙ୍କ ଉପରେ କଠୋର ହୋଇଥିଲେ। ସୁପ୍ରିମକୋର୍ଟ ଚେତାବନୀକୁ ଆନ୍ଦୋଳନକାରୀ ନ ଶୁଣିବାରୁ ସୁପ୍ରିମକୋର୍ଟ ଆନ୍ଦୋଳନକାରୀ ଆଇନୀଜୀବୀଙ୍କ ଲାଇସେନ୍ସ ବାତିଲ କରିବାକୁ ନିର୍ଦେଶ ଦେଇଥିଲେ।

ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ ଯଦି ଆନ୍ଦୋଳନକାରି ଆଇନଜୀବୀ ଯଦି କୌଣସି ପ୍ରକାର ଅସୁବିଧା କରନ୍ତି ଏବଂ କାର୍ଯ୍ୟକୁ ନ ଫେରନ୍ତି ପୋଲିସ ସେମାନଙ୍କୁ ଗିରଫ କରିବ। ପୋଲିସ ସୁପ୍ରିମକୋର୍ଟ ନିର୍ଦେଶ ମାନି ଆଇନୀଜୀବୀଙ୍କୁ ସାମ୍ନା କରିଛି। ସମ୍ବଲପୁର କଚେରୀ ଛକରେ ବିଚାରପତିଙ୍କୁ ଆନ୍ଦୋଳନକାରୀ ଆଇନୀଜୀବୀ ମାନେ କୋର୍ଟ ଯିବାକୁ ଦେଉନଥିବାବେଳେ ଆଇନୀଜୀବୀ ଓ ପୋଲିସ ମୁହାଁମୁହିଁ ହେବାର ଖବର ସାମ୍ନାକୁ ଆସିଛି।

Leave A Reply

Your email address will not be published.