Odisha Link
Bridging the Missing Links in Odisha

ଏଣିକି ମୁହଁ ଦେଖାଇଲେ ଏୟାରପୋର୍ଟରେ ମିଳିବ ଏଣ୍ଟ୍ରି

ଓଏଲ୍‌ ବ୍ୟୁରୋ: ବିମାନବନ୍ଦରରେ ଭିଡ଼ ନିୟନ୍ତ୍ରଣ ପାଇଁ ଭାରତ ସରକାର ନେଇଛନ୍ତି ଏକ ଅଭିନବ ପଦକ୍ଷେପ। ସହଜ ଓ ସୁବିଧାରେ ବିମାନଯାତ୍ରା ସୁନିଶ୍ଚିତ କରିିବା ପାଇଁ ଡିସେମ୍ବର ୧ ତାରିଖରୁ ଦେଶରେ ଆରମ୍ଭ ହୋଇଛି ‘ଡିଜି ଯାତ୍ରା’। ବିମାନଯାତ୍ରୀଙ୍କ ସୁବିଧା ପାଇଁ ପ୍ରଥମେ ଦେଶର ୩ ବିମାନବନ୍ଦର ଦିଲ୍ଲୀ, ବାରଣାସୀ ଏବଂ ବେଙ୍ଗାଲୁରୁରେ ‘ଡିଜି ଯାତ୍ରା’ ଆରମ୍ଭ ହୋଇଛି।

ଏହି ପେପରଲେସ୍‌ ସେବାରେ ଏଣିକି ବିମାନଯାତ୍ରା ବେଳେ ସାଙ୍ଗରେ ବୋର୍ଡିଂ ପାସ୍‌ ଏବଂ ପରିଚୟପତ୍ର ନେବା ଦରକାର ପଡ଼ିବ ନାହିଁ। ଯାତ୍ରୀଙ୍କ ମୁହଁ ବା ଫେସ୍‌ ଆଇଡି ଦେଖି ତାଙ୍କ ପରିଚୟ ଜଣାପଡ଼ିବ ଏବଂ ତାଙ୍କୁ ସହଜରେ ବିମାନବନ୍ଦରକୁ ଏଣ୍ଟ୍ରି ମିଳିପାରିବ। ଯାତ୍ରୀଙ୍କ ସମ୍ପୂର୍ଣ୍ଣ ଯାତ୍ରା ବିବରଣୀ ଏଥିରୁ ଜଣାପଡ଼ିବ।

ଗତକାଲି ଫେସିଆଲ ରେକଗ୍‌ନିଶନ ଟେକ୍ନୋଲୋଜି (ଏଫ୍‌ଆର୍‌ଟି)କୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିଦ୍ଧିଆ ଦିଲ୍ଲୀ ବିମାନବନ୍ଦରରେ ଶୁଭରାମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୭ଟି ବିମାନବନ୍ଦରରେ ଏହି ସୁବିଧା ମିଳିବ। ୨୦୨୩ ମାର୍ଚ୍ଚ ସୁଦ୍ଧା ହାଇଦ୍ରାବାଦ, କୋଲକାତା, ପୁନେ ଏବଂ ବିଜୟଓ୍ବାଡାରେ ଏହା ଉପଲବ୍ଧ ହେବ। ପରେ ଏଫ୍‌ଆରଟି ପ୍ରର୍ଯ୍ୟାୟକ୍ରମେ ଅନ୍ୟ ଏୟାରପୋର୍ଟ ଗୁଡ଼ିକରେ ଲାଗୁ ହେବ ବୋଲି ସିନ୍ଧିଆ କହିଛନ୍ତି ।

Leave A Reply

Your email address will not be published.