Odisha Link
Bridging the Missing Links in Odisha

ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

୨ ମୃତକ ପ୍ରେମୀ ଯୁଗଳ ହେଉଛନ୍ତି ଆନ୍ଧ୍ରପ୍ରଦେଶର ବିଜୟୱାଡାର ଚିତ୍ରସେନ ଗୌଡ ଓ ଭୁବନେଶ୍ୱର ସାଲିଆ ସାହିରେ ରହୁଥିବା ପି.ବର୍ଷା।

ଓଏଲ୍‌ ବ୍ୟୁରୋ: ଚାଞ୍ଚଲ୍ୟ ସୃଷ୍ଟି କରିଛି ରାଜଧାନୀ ଭୂବନେଶ୍ୱରର ପ୍ରେମୀ ଯୁଗଳଙ୍କ ମୃତ ଖବର। ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଜବତ କରିଛି ପୁଲିସ। ୨ପ୍ରେମୀ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ବର୍ତ୍ତମାନ ସୁଦ୍ଧା ଜଣା ପଡ଼ିନଥିବାବେଳେ ପୁଲିସ ଘଟଣାର ତଦନ୍ତ କରୁଛି।

୨ ମୃତକ ପ୍ରେମୀ ଯୁଗଳ ହେଉଛନ୍ତି ଆନ୍ଧ୍ରପ୍ରଦେଶର ବିଜୟୱାଡାର ଚିତ୍ରସେନ ଗୌଡ ଓ ଭୁବନେଶ୍ୱର ସାଲିଆ ସାହିରେ ରହୁଥିବା ପି.ବର୍ଷା। ପ୍ରତିଦିନ ପରି ରବିବାର ମଧ୍ୟ ମୃତ ବର୍ଷାଙ୍କ ବାପା ଓ ମା କାମକୁ ଯାଇଥିଲେ ଏବଂ ବର୍ଷା ଘରେ ଏକା ଥିଲେ। ମୃତ ବର୍ଷାଙ୍କ ବାପା ଓ ମାଆ କାମରୁ ଫେରିଲାପରେ ତାଙ୍କ ଘରେ ତାଙ୍କ ଝିଅ ବର୍ଷା ଓ ତା ପ୍ରେମିକ ଚିତ୍ରସେନର ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ। ପରେ ପୁଲିସକୁ ଖବର ଦେଇଥିଲେ ଏବଂ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.