ପଦ୍ମପୁର ଜନାଦେଶ : ବିଜେଡିର ବିଜୟ, ପ୍ରଦୀପଙ୍କୁ ହରାଇ ଜିତିଲେ ବର୍ଷା
ପଦ୍ମପୁର ଉପନିର୍ବାଚନରେ ଜିତିଲେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା।

ଓଏଲ୍ ବ୍ୟୁରୋ : ପଦ୍ମପୁରରେ ବିଜୁ ଜନତା ଦଳର ବଡ଼ ବିଜୟ। ପଦ୍ମପୁର ଉପନିର୍ବାଚନରେ ଜିତିଲେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା। ବିପୁଳ ଭୋଟ ପାଇ ବିଜେପିକୁ ପଛରେ ପକାଇ ବିଜେଡିର ବାଜିମାତ। ଗତ ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ନେଇ ମତଦାନ ହୋଇଥିବା ବେଳେ ଆଜି ଭୋଟ ଗଣତି କରାଯାଉଥିଲା। ମୋଟ ୨୩ଟି ରାଉଣ୍ଡରେ ଭୋଟ ଗଣତି ହୋଇଥିଲା।
ବର୍ଷା ସିଂ ବରିହା ୪୦ ହଜାରରୁ ଉର୍ଦ୍ଧ୍ବ ଭୋଟରେ ବିଜୟୀ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ ବର୍ଷାଙ୍କୁ ମୋଟ ୧ ଲକ୍ଷ ୧୮ ହଜାର ୮୫୮ ଭୋଟ ମିଳିଛି। ଅନ୍ୟପକ୍ଷରେ ବିଜେପିର ପ୍ରଦୀପ ପୁରୋହିତଙ୍କୁ ୭୭ ହଜାର ୧୮୫ ଭୋଟ୍ ମିଳିଛି। ସେହିଭଳି କଂଗ୍ରେସର ସତ୍ୟଭୂଷଣ ସାହୁଙ୍କୁ ମିଳିଛି ୩୫୩୧ ଖଣ୍ଡ ଭୋଟ।ଭୋଟ ଗଣତିର ପ୍ରଥମ ରାଉଣ୍ଡରୁ ବିଜେଡି ପ୍ରାର୍ଥୀ ଆଗରେ ଥିବାବେଳେ ବିଜେଡିର ବାଜିମାତ।