Odisha Link
Bridging the Missing Links in Odisha

ପେନସିଲ ଚୋପା ନେଇଗଲା ଶିଶୁର ଜୀବନ

ଛଅ ବର୍ଷର ଶିଶୁ ପେନସିଲ ଚୋପା ଗିଳି ଦେବାରୁ ତାଙ୍କର ମୃତ୍ୟୁ

ଓଏଲ୍‌ ବ୍ୟୁରୋ : ପାଠ ପଢୁ ପଢୁ ଚାଲିଗଲା ଜୀବନ। ଘଟଣା ଯେତିକି ଦୁଃଖଦ ସେତିକି ଆଶ୍ଚର୍ଯ୍ୟ ଜନକ ମଧ୍ୟ। ପେନସିଲ ଚୋପା ନେଇଗଲା ଜୀବନ। ଘଟଣାଟି ଘଟିଛି ଉତ୍ତରପ୍ରଦେଶର ହମିରପୁର ଜିଲ୍ଲାର କୋତବାଲି ଗ୍ରାମରେ। ଜଣେ ଛଅ ବର୍ଷର ଶିଶୁ ପେନସିଲ ଚୋପା ଗିଳି ଦେବାରୁ ତାଙ୍କର ମୃତ୍ୟୁ ହୋଇଯାଇଥିବା ଖବର ସାମ୍ନାକୁ ଆସିଛି। ଖବର ଅନୁସାରେ ଉତ୍ତରପ୍ରଦେଶର କୋତବାଲି ଗ୍ରାମରେ ରହୁଥିବା ମୃତ ଶିଶୁର ବାପା ନନ୍ଦକିଶୋରଙ୍କ କହିବାନୁସାରେ, ବୁଧବାର ସନ୍ଧ୍ୟାରେ ପୁଅ ଅଭିଶେଷ, ଝିଅ ଅଶିକା ଓ ଅର୍ତିକା ଛାତ ଉପରେ ବସି ପାଠପଢ଼ୁଥିଲେ।

ପାଠ ପଢିବା ସମୟରେ ଅର୍ତିକାଙ୍କ ପେନସିଲ ମୁନ ଘୋରି ହୋଇଯାଇଥିବାରୁ ତାହାକୁ କଟର‌ରେ କାଟିଥିଲେ। ମୁହଁରେ କଟର ଧରି ପେନସିଲ କାଟୁୁଥିବା ବେଳେ ଅସାବଧାନତା ବଶତଃ ପେନସିଲ ଚୋପା ଅର୍ତିକାଙ୍କ ଗଳାରେ ଫସି ଯାଇଥିଲା। ଯାହା ଦ୍ୱାରା ସେ ନିଶ୍ବାସ-ପ୍ରଶ୍ବାସ ନନେଇ ପାରି କଷ୍ଟ ହେବାରୁ ଚଟାଣରେ ଗଡ଼ି ଯାଇଥିଲେ। ତାଙ୍କର ଏଭଳି ଅବସ୍ଥା ଦେଖି ଚିକିତ୍ସା ପାଇଁ ଚିକିତ୍ସାଳୟକୁ ଆଣିଥିଲେ ତାଙ୍କ ବାପା। ଚିକିତ୍ସାଳୟକୁ ଆଣିବା ପରେ ଡାକ୍ତର ଶିଶୁକୁ ଦେଖିବା ପରେ ମୃତ ବୋଲି ଘୋଷଣା କରିଥିଲେ। ଶିଶୁ ମୃତ୍ୟୁ ଘଟଣାକୁ ନେଇ ଡାକ୍ତର କହିଛନ୍ତି, ଛୋଟ ପିଲାମାନଙ୍କ ପ୍ରତିଟି କାର୍ଯ୍ୟକଳାପ ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିବ ଯାହା ଦ୍ୱାରା ଏପରି ଘଟଣାକୁ ରୋକା ଯାଇ ପାରିବ।

Leave A Reply

Your email address will not be published.