Odisha Link
Bridging the Missing Links in Odisha

ୟୁପିରୁ ଉଦ୍ଧାର ହେଲେ ୨ଯୁବତୀ, ଚାକିରୀ ବଦଳରେ ମାନସିକ ଯନ୍ତ୍ରଣା ଦିଆଯାଉଥିଲା

ଚାକିରୀ କରାଇଦେବା ସହ ଦିନକୁ ୨ହଜାର ଟଙ୍କା ଦେବାର ପ୍ରଲୋଭନ ଦେଖାଇଥିଲେ ଦଲାଲ

ଓଏଲ୍‌ ବ୍ୟୁରୋ : ଦିନକୁ ୨ହଜାର ଟଙ୍କା ଦିଆଯିବ କହି ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଉଥିଲା। ଚାକିରୀ ଦେବା ବାହାନାରେ ନିର୍ଯାତନା ଦିଆଯାଉଥିଲା ୨ଯୁବତୀଙ୍କୁ। ଘଟଣାକୁ ନେଇ ଅଭିଯୋଗ ହେବା ପରେ ଉତ୍ତରପ୍ରଦେଶରୁ ୨ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ଉତ୍ତରପ୍ରଦେଶରୁ ଉଦ୍ଧାର ହୋଇଥିବା ୨ଯୁବତୀ କନ୍ଧମାଳର ବାସିନ୍ଦା। ୨ଯୁବତୀଙ୍କୁ ଚାକିରୀ ଦେବା ନାଁରେ ଦଲାଲ କନ୍ଧମାଳରୁ ଉତ୍ତରପ୍ରଦେଶ ନେଇଯାଇଥିଲା।

ସେଠାରେ ଯୁବତୀଙ୍କୁ ଚାକିରୀ କରାଇଦେବା ସହ ଦିନକୁ ୨ହଜାର ଟଙ୍କା ଦେବାର ପ୍ରଲୋଭନ ଦେଖାଇଥିଲେ ଦଲାଲ। ୨ ଯୁବତୀଙ୍କୁ ଚାକିରୀ କରିବା ପାଇଁ ପହଂଚିବା ପରେ କିନ୍ତୁ ତାହା ହୋଇନଥିଲା। ଚାକିରୀ ବଦଳରେ କନ୍ଧମାଳର ୨ଯୁବତୀଙ୍କୁ ଶାରିରୀକ ମାନସିକ ନିର୍ଯାତନା ଦିଆଯାଉଥିଲା। ଘଟଣା ପରେ ଏହି ସମ୍ପର୍କରେ ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ଅଭିଯୋଗ କରାଯାଇଥିଲା। ନୟାପଲ୍ଲୀ ଥାନାରେ ଅଭିଯୋଗ ପରେ ନୟାପଲ୍ଲୀ ପୁଲିସ ଘଟଣା ସମ୍ପର୍କରେ ୟୁପି ପୁଲିସକୁ ଜଣାଯାଇଥିଲା। ପରେ ଦୁଇ ଯୁବତୀଙ୍କୁ ୟୁପିରୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି।

Leave A Reply

Your email address will not be published.