Odisha Link
Bridging the Missing Links in Odisha

ମାସ୍କ ବାଧ୍ୟତାମୂଳକ କଲେ ରାଜ୍ୟ ସରକାର

ସ୍କୁଲ, କଲେଜ, ସିନେମା ହଲରେ ସମସ୍ତଙ୍କ ପାଇଁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି କର୍ଣ୍ଣାଟକ ସରକାର

ଓଏଲ୍‌ ବ୍ୟୁରୋ : ଚୀନରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା କରୋନା ମହାମାରୀ ବିଶ୍ୱବାସୀଙ୍କ ଚିନ୍ତା ବଢ଼ାଇ ଥିବାବେଳେ ଭାରତ ସରକାର ସତର୍କ ରହିବାକୁ ଉଦ୍ବୋଧନ ଦେଇଛନ୍ତି। ବଢୁଥିବା କରୋନାକୁ ଦୃଷ୍ଟିରେ ରଖି ସମସ୍ତଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି କର୍ଣ୍ଣାଟକରେ। ଆଜିଠୁ କୋଭିଡ କଟକଣାକୁ କଡାକଡି କରିଛନ୍ତି କର୍ଣ୍ଣାଟକ ସରକାର। ସ୍କୁଲ , କଲେଜ , ସିନେମା ହଲରେ ସମସ୍ତଙ୍କ ପାଇଁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି କର୍ଣ୍ଣାଟକ ସରକାର।

ନୂଆବର୍ଷକୁ ନେଇ ସମସ୍ତେ ଉତ୍ସାହିତ ଥିବାବେଳେ ରାତି ୧ଟା ପୂର୍ବରୁ କର୍ଣ୍ଣାଟକରେ ସେଲିବ୍ରେସନ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି କର୍ଣ୍ଣାଟକ ସରକାର। କରୋନା କଟକଣା ମାନିବା ସହ ଭୟଭୀତ ନହୋଇ ସତର୍କ ରହିବାକୁ କହିଛନ୍ତି କର୍ଣ୍ଣାଟକ ସରକାର। ଦ୍ରୁତ ଗତିରେ ବୃଦ୍ଧି ପାଉଥିବା କରୋନା ମହାମାରୀରୁ ନିଜକୁ ସତର୍କ ରଖିବା ପାଇଁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି କର୍ଣ୍ଣାଟକ ସରକାର।

Leave A Reply

Your email address will not be published.