Odisha Link
Bridging the Missing Links in Odisha

ଜିଏସଟି ଅଧିକାରୀ କହି ଲୁଟି ନେଉଥିଲେ, ୪ଅଭିଯୁକ୍ତ ଗିରଫ

ଲୋକଙ୍କୁ କହୁଥିଲେ ଜିଏସଟି ଅଧିକାରୀ ଏବଂ ଟଙ୍କା ଆଦାୟ କରିନେଉଥିଲେ

ଓଏଲ୍‌ ବ୍ୟୁରୋ : ଲୁଟ କରିବା ପାଇଁ ଆପଣେଇଥିଲେ ନୂଆ ଉପାୟ। ଲୋକଙ୍କୁ କହୁଥିଲେ ଜିଏସଟି ଅଧିକାରୀ ଏବଂ ଟଙ୍କା ଆଦାୟ କରିନେଉଥିଲେ । ଗଂଜାମ ଜିଲ୍ଲାର ୪ଯୁବକ ଘଟଣାଟି ଘଟାଇ ଥିବାବେଳେ ପୁଲିସ ସେମାନଙ୍କୁ ଗିରଫ କରିଛି। ଖବର ଅନୁସାରେ ୪ଅଭିଯୁକ୍ତ ନିଜକୁ ପୁଲିସ ଜିଏସ୍‌ଟି ଅଧିକାରୀ ଦର୍ଶାଇ ଲୋକଙ୍କ ଠାରୁ ଟଙ୍କା ଆଦାୟ କରୁଥିଲେ।

ପରେ ପୁଲିସ ଅଧିକାରୀ ଖବର ପାଇ ଗିରଫ କରିବାରେ ସକ୍ଷମ ହୋଇଛି। ୪ ଅଭିଯୁକ୍ତ ହେଲେ ସୀମାଞ୍ଚଳ ପଣ୍ଡା, ସୁଶାନ୍ତ କୁମାର ଦଳାଇ, ଦେବାଶିଷ ପଟ୍ଟନାୟକ ଓ ଗୋପାଳ ରାଓ। ଅଭିଯୁକ୍ତମାନଙ୍କ ଠାରୁ ପୁଲିସ ୧ ଲକ୍ଷ ୪୦ ହଜାର ଟଙ୍କା ସହ ୨ଟି କାର, ୫ଟି ମୋବାଇଲ ଜବତ, ୬୦ ବସ୍ତା ଗୁଟ୍‌ଖା ମଧ୍ୟ ଜବତ କରିଛି। ଗିରଫ କରିବା ପରେ ପୁଲିସ ତଦନ୍ତ କରି ଅଭିଯୁକ୍ତମାନେ ଜିଏସଟି ଅଧିକାରୀ କହି କିପରି ଲୁଟ କରିଥିଲେ ତାହା ସତ ସାମ୍ନାକୁ ଆସିଛି।

Leave A Reply

Your email address will not be published.