Odisha Link
Bridging the Missing Links in Odisha

ଆମ୍ବୁଲାନ୍‌ସ ଧକ୍କାରେ ଚାଲିଗଲା ଜୀବନ, ଜଣେ ମୃତ ୬ ଆହତ

୧୬ ନମ୍ବର ଜାତୀୟ ରାଜପଥର ଜଳେଶ୍ଵର ଥାନା ଅଧିନସ୍ଥ ନହଞ୍ଜରା ନିକଟସ୍ଥ ଖୁସି ପ୍ଲାଜା ନିକଟରେ ଏହି ଦୁର୍ଘଟଣା

ଓଏଲ୍‌ ବ୍ୟୁରୋ : ଦ୍ରୁତଗାମୀ ଆମ୍ବୁଲାନ୍‌ସ ନେଲା ଜୀବନ। ଚଳନ୍ତା ଟ୍ରକକୁ ପଛପଟରୁ ଧକ୍କା ଦେଲା ଆମ୍ବୁଲାନ୍‌ସ। ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬ଜଣ ଗୁରୁତର ଥିବା ଖବର ସାମ୍ନାକୁ ଆସିଛି। ଘଟଣାଟି ସକାଳ ପ୍ରାୟ ୬ଟା ସମୟରେ ଘଟିଥିବାବେଳେ ଆମ୍ବୁଲାନ୍‌ସଟି ଟ୍ରକକୁ ପିଟିଥିଲା।

୧୬ ନମ୍ବର ଜାତୀୟ ରାଜପଥର ଜଳେଶ୍ଵର ଥାନା ଅଧିନସ୍ଥ ନହଞ୍ଜରା ନିକଟସ୍ଥ ଖୁସି ପ୍ଲାଜା ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କର ପରିଚୟ ମିଳି ନଥିଲା ବେଳେ, ସେମାନେ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି। ଆମ୍ବୁଲାନ୍‌ସ ଆଜି ସକାଳେ ଭୁବନେଶ୍ବରରୁ ‌ରୋଗୀ ଓ ‌ସଂପର୍କୀୟମାନଙ୍କୁ ନେଇ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲା।

ଦ୍ରୁତଗତିରେ ଥିବାରୁ ଆମ୍ବୁଲାନ୍‌ସଟି ନହଞ୍ଜରା ନିକଟସ୍ଥ ଖୁସି ପ୍ଲାଜା ନିକଟରେ ଏକ ଚଳନ୍ତା ଟ୍ରକ ପଛରେ ପିଟି ହୋଇଥିଲା। ଦୁର୍ଘଟଣାରେ ଆମ୍ବୁଲାନ୍‌ସରେ ଥିବା ଚାଳକଙ୍କ ସମେତ ୭ ଜଣ ଯାତ୍ରୀଙ୍କ ମଧ୍ୟରୁ ଜଣଂକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୬ ଜଣ ଗୁରୁତର ହୋଇଥିଲେ। ଗୁରୁତରମାନଙ୍କୁ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିବାବେଳେ ଆମ୍ବୁଲାନ୍‌ସଟି ସଂପୂର୍ଣ୍ଣ ରୂପେ ଭାଙ୍ଗିଯାଇଛି ଜଣାପଡୁଛି। ଦ୍ରୁତଗତିରେ ଆମ୍ବୁଲାନ୍ସ ଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି।

Leave A Reply

Your email address will not be published.