Odisha Link
Bridging the Missing Links in Odisha

ସିରିଜ ଦୁର୍ଘଟଣା : ଜଣେ ମୃତ, ୨ ଆହତ

ଟ୍ୟୁସନ ଯାଉଥିବା ଦୁଇ କଲେଜ ଛାତ୍ରୀଙ୍କୁ ଧକ୍କା ଦେବାଦ୍ଵାରା ରାସ୍ତା କଡ଼ର ଥିବା ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଥିଲେ ଦୁଇ ଛାତ୍ରୀ

ଓଏଲ୍‌ ବ୍ୟୁରୋ : ଆଜି ସକାଳୁ ଏକ ସିରିଜ ଦୁର୍ଘଟଣା ସାମ୍ନାକୁ ଆସିଛି। ଦୁର୍ଘଟଣାରେ ଜଣେ ବାଇକ ଆରୋହୀ ମୃତ ଏବଂ ଦୁଇ ଛାତ୍ରୀ ଆହତ। ଘଟଣାଟି ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ବାଗଡେ ଗାଁ ନିକଟରେ ଘଟିଥିବାବେଳେ ଏକ କାର୍‌ ଦ୍ରୁତଗତିରେ ଆସି ବାଇକ୍‌ ଧକ୍କାକୁ ଦେଇଥିଲା ଫଳରେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି। ସେହି ସମୟରେ ସାଇକେଲ ଯୋଗେ। ତେବେ ଦୁର୍ଘଟଣା ଫଳରେ ୨ କଲେଜ ଛାତ୍ରୀ ଆହତ ହୋଇଥିବା ଖବରରୁ ଜଣା ପଡିଛି।

ସିରିଜ ଦୁର୍ଘଟଣାରେ ସମ୍ମୁଖୀନ ହୋଇ ମୃତ୍ୟୁ ହୋଇଥିବା ବାଇକ୍‌ ଆରୋହୀ ଜଣଙ୍କ ହେଲେ ତାପସ ମିଶ୍ର। ବାଇକ୍‌ ଆରୋହୀ ତାପସ ମିଶ୍ରଙ୍କ ଘର ଝାଡଗାଁରେ ବୋଲି ଜଣାଯାଇଛି। ଦୁର୍ଘଟଣାରେ ଆହତ ହୋଇଥିବା ଦୁଇ କଲେଜ ଛାତ୍ରୀ ହେଲେ ନାକୀ ହେମ୍ବ୍ରମ ଓ ଫୁଲ ସରେନ। ଦୁଇ ଛାତ୍ରୀଙ୍କୁ ସେଠାରୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଚିକିତ୍ସାଳୟକୁ ସ୍ଥାନାନ୍ତର କରଯାଇଥିବା ସୂଚନା।ତେବେ ଘଟଣାସ୍ଥଳରେ ପୁଲିସ ପହଂଚି କାରକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.