Odisha Link
Bridging the Missing Links in Odisha

ତୁମୁଳକାଣ୍ଡ ଘଟାଇଥିବା ବିଜେବି କଲେଜ ଛାତ୍ର ଗିରଫ

ଆକ୍ରମଣର ଶିକାର ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା

ଓଏଲ୍‌ ବ୍ୟୁରୋ : ପୂର୍ବରୁ ବିଜେବି ଜୁନିଅର କଲେଜରେ ସିନିୟର ଓ ଜୁନିଅର ହାତାହାତି ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା। ଏଜି ଘଟଣାର ଅଭିଯୋଗ ପରେ ପୁଲିସ ତଦନ୍ତ କରି ମାଡ଼ ମାରିଥିବା ସିନିୟରକୁ ଗିରଫ କରିଛି। ତେବେ କଲେଜ ପରିସରରେ ରାଗିଂକୁ ନେଇ ଅନେକ ଘଟଣା ପୂର୍ବରୁ ସାମ୍ନାକୁ ଆସିଥିଲା।

ସୂଚନା ଅନୁସାରେ ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଛାତ୍ରଙ୍କ ମଧ୍ୟରେ ହାତାହାତି ହୋଇଥିବା ଅନୁମାନ କରାଯାଉଥିଲା। ପ୍ରଥମ ବର୍ଷ ଛାତ୍ରଙ୍କୁ ମାଡ ମାରି ଲହୁଲୁହାଣ କରିଥିଲେ ସିନିୟର। ଆକ୍ରମଣର ଶିକାର ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା। କଲେଜ ପରିସରରେ ମାରପିଟ ହେବାର ଏକ ଭିଡିଓ ଭାଇରାଲ ହୋଇଥିଲା। ତେବେ ବିଜେବି କଲେଜର ପୀଡ଼ିତ ଛାତ୍ର ଜଣକ ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ର। ପୀଡ଼ିତ ଛାତ୍ରଙ୍କ ପରିବାର ବଡଗଡ ଥାନାରେ ଏନେଇ ଏତଲା ଦେବାପରେ ପୁଲିସ ଭିଡିଓରୁ ଚିନ୍ହଟ ହୋଇଥିବା ଛାତ୍ରଙ୍କୁ ଗିରଫ କରିଥିବା ଖବରରୁ ଜଣା ପଡିଛି।