ରାଜଧାନୀରେ ମହିଳା ଏସଆଇଙ୍କୁ ଆକ୍ରମଣ ଘଟଣା : ୩ ଅଭିଯୁକ୍ତ ଗିରଫ
ନିଶାଶକ୍ତ ଅବସ୍ଥାରେ ମହିଳା ଏସଆଇଙ୍କୁ ଆକ୍ରମଣ ଉଦ୍ୟମ କରିଥିବା ଜଣାପଡିଛି
ଓଏଲ୍ ବ୍ୟୁରୋ : ରାଜଧାନୀର ରାଜରାସ୍ତାରେ ଘଟିଥିଲା ଆତଙ୍କରାଜ। ମହିଳା ଏସଆଇଙ୍କୁ ଆକ୍ରମଣ ଉଦ୍ୟମ କରିଥିଲେ ଆତଙ୍କମାନେ ଯାହାକୁ ନେଇ ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ତେବେ ଘଟଣାର ତଦନ୍ତ କରି ୩ ଅଭିଯୁକ୍ତଙ୍କୁ ସହିଦନଗର ଥାନା ପୋଲିସ ଗିରଫ କରିଥିବା ସୂଚନା ମିଳିଛି। ଆତଙ୍କ ସୃଷ୍ଟି କରିଥିବା ସମସ୍ତ ଅଭିଯୁକ୍ତ ପେଶାରେ ଡ୍ରାଇଭର ହୋଇଥିବାବେଳେ ଆନନ୍ଦବଜାର ଅଞ୍ଚଳରେ ସମସ୍ତ ଅଭିଯୁକ୍ତ ରୁହନ୍ତି। ନିଶାଶକ୍ତ ଅବସ୍ଥାରେ ମହିଳା ଏସଆଇଙ୍କୁ ଆକ୍ରମଣ ଉଦ୍ୟମ କରିଥିବା ଜଣାପଡିଛି।
ଖବର ଅନୁସାରେ ଥାନାରୁ ଡ୍ୟୁଟି ସାରି ନିଜ କାର୍ରେ ରାତିରେ ଘରକୁ ଫେରୁଥିଲେ ପୁଲିସ୍ SI ଶୁଭଶ୍ରୀ ନାୟକ। ସେହି ସମୟରେ ଭୁବନେଶ୍ୱର ଆଚାର୍ଯ୍ୟ ବିହାର ନିକଟ ସାଇନ୍ସ ପାର୍କ ପାଖରେ ତାଙ୍କ କାର୍କୁ ଧକ୍କା ଦେବାକୁ ଚେଷ୍ଟା କରିଥିଲା ଏକ ଇନୋଭା। ଏହାପରେ ଶୁଭଶ୍ରୀ ନିଜ ବାଟରେ ଯାଇଥିବା ବେଳେ ଅଭିଯୁକ୍ତମାନେ କିନ୍ତୁ ତାଙ୍କ ପିଛା କରିଥିଲେ। ମହିଳା ଅଫିସରଙ୍କୁ ଦୁର୍ବୃତ୍ତମାନେ ଗାଡ଼ିରେ ପିଛା କରିବାରୁ ପୁଲିସ୍ ରିଜର୍ଭ ଗ୍ରାଉଣ୍ଡରେ ପଶି ସେ ନିଜକୁ ବଞ୍ଚାଇଥିବା ସୂଚନା ମିଳିଥିବାବେଳେ ଅଭିଯୁକ୍ତ ମାନେ ଫେରାର ହୋଇଯାଇଥିଲେ। ବର୍ତ୍ତମାନ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣା ପଡିଛି।