୩୦ କୁକୁରଙ୍କୁ ଗୁଳି କରି ହତ୍ୟା କଲା ସୁଟର୍ ଟିମ୍
୨୦୨୨ରେ ପ୍ରାୟ ୧୦ ଜଣ ଲୋକଙ୍କୁ ଏହି କୁକୁରମାନେ କାମୁଡ଼ିବା ଖବର

ଓଏଲ୍ ବ୍ୟୁରୋ : ବଣୁଆ କୁକୁର ସୃଷ୍ଟି କରିଛନ୍ତି ଆତଙ୍କ। ଆତଙ୍କ କରୁଥିବା ବଣୁଆ କୁକୁରଙ୍କୁ ଗୁଳି କରିଛି ସୁଟର୍ ଟିମ୍। ସରକାରଙ୍କ ଅନୁମତି କ୍ରମେ ୩୦ ବଣୁଆ କୁକୁରଙ୍କୁ ହତ୍ୟା କରିଛି ସୁଟର୍ ଟିମ୍। ତେବେ ଘଟଣାଟି ବିହାରର ବେଗୁସରାଇ ଜିଲ୍ଲାରେ ଘଟିଥିବାବେଳେ ପ୍ରାୟ ୩୦ଟି ବୁଲା କୁକୁରଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ସୂଚନା। ମଣିଷମରା ଏହି ଦୁର୍ଦାନ୍ତ କୁକୁରଙ୍କୁ ପାଟନାରେ ଜିଲ୍ଲା ପ୍ରଶାସନ ଏବଂ ଜଙ୍ଗଲ ଓ ପରିବେଶ ବିଭାଗ ଦ୍ୱାରା ଏକ ସୁଟର ଟିମ୍ ଗଠନ କରାଯାଇ ବେଗୁସରାଇରେ ନିପାତ କରାଯାଇଛି।
ବଣୁଆ କୁକୁରମାନଙ୍କ କାରଣରୁ ଆତଙ୍କ ବଢ଼ିବାରେ ଲାଗିଥିବାବେଳେ ବଣୁଆ କୁକୁରମାନେ ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଈଁ ବିପଦର କାରଣ ପାଲଟିଥିଲେ। ତେବେ ଏହି ଘଟଣାକୁ ନଜରରେ ରଖି ଲୋକମାନଙ୍କ ନିରାପତ୍ତା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ୨୦୨୨ରେ ପ୍ରାୟ ୧୦ ଜଣ ଲୋକଙ୍କୁ ଏହି କୁକୁରମାନେ କାମୁଡ଼ିବା ଖବର ସାମ୍ନାକୁ ଆସିଥିଲା। ସୂଚନା ଅନୁସାରେ ଗତ ସପ୍ତାହରେ ଦଳେ ସୁଟର୍ ପ୍ରାୟ ୧୨ଟି ବୁଲା କୁକୁରଙ୍କୁ ଗୁଳି ମାରି ହତ୍ୟା କରିଥିଲେ। କିନ୍ତୁ, ଏଥିରେ ବୁଲା କୁକୁରମାନେ ଭୟଭୀତ ନ ହୋଇ ପୁଣି ଆକ୍ରମଣ କରିବାରୁ ଅଭିଯାନ ଫଳପ୍ରଦ ହୋଇନଥିଲା ତେଣୁ ଜିଲ୍ଲା ପ୍ରଶାସନ ପୁଣି ସୁଟର୍ ଟିମ୍କୁ ଡକାଇ ଆତଙ୍କ କରୁଥିବା କୁକୁରଙ୍କୁ ଗୁଳି କରି ହତ୍ୟା କରାଯାଇଛି।