Odisha Link
Bridging the Missing Links in Odisha

ମାର୍ଚ୍ଚ ୧୦ରୁ ମାଟ୍ରିକ୍ ପରୀକ୍ଷା

ବୋର୍ଡ ସଭାପତି ସୂଚନା ଦେଇ କହିଛନ୍ତି ମାର୍ଚ୍ଚ ୧୦ରୁ ୧୭ ମାଟ୍ରିକ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ

ଓଏଲ୍‌ ବ୍ୟୁରୋ : ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦର ମାଟ୍ରିକ ବୋର୍ଡ ପରୀକ୍ଷାକୁ ନେଇ ବଡ଼ ସୂଚନା। ମାର୍ଚ୍ଚ ୧୦ରୁ ଆରମ୍ଭ ହେବାକୁ ଯାଉଛି ଓଡିଶା ବୋର୍ଡର ମାଟ୍ରିକ ପରୀକ୍ଷା। ଏହି ପରୀକ୍ଷା ନେଇ ବୋର୍ଡ ସଭାପତି ସୂଚନା ଦେଇ କହିଛନ୍ତି ମାର୍ଚ୍ଚ ୧୦ରୁ ୧୭ ମାଟ୍ରିକ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ପୂର୍ବରୁ ପରୀକ୍ଷା ତାରିଖକୁ ନେଇ ଦ୍ୱନ୍ଦ୍ୱରେ ଛାତ୍ରଛାତ୍ରୀ ଥିବାବେଳେ ଆଜି ମାଟ୍ରିକ ପରୀକ୍ଷାକୁ ନେଇ ତାରିଖ ଘୋଷଣା କରିଛନ୍ତି ବୋର୍ଡ ସଭାପତି। ଅନ୍ୟପକ୍ଷେ ଫେବୃଆରୀ ୨୦ରୁ ନବମ ଶ୍ରେଣୀ ପରୀକ୍ଷା ଅନୁଷ୍ଠିତ ହେବା ନେଇ ମଧ୍ୟ ସୂଚନା ଜାରି କରାଯାଇଛି।

ସୂଚନା ଅନୁଯାୟୀ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ଅଧୀନ ଦଶମ ଛାତ୍ରଛାତ୍ରୀଙ୍କ ବୋର୍ଡ ପରୀକ୍ଷା ଫେବ୍ରୁଆରି ୧୫ରୁ ହେବାକୁ ଥିବାବେଳେ କାଉନସିଲ୍‌ ଅଫ୍‌ ଇଣ୍ଡିଆନ୍‌ ସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା(ସିଆଇଏସ୍‌ସିଇ) ଅଧୀନ ଦଶମ ପରୀକ୍ଷା ଫେବ୍ରୁଆରି ୨୭ରୁ ହେବ ବୋଲି ସୂଚନା ମିଳିଥିଲା। ମାତ୍ର ଓଡ଼ିଶାର ମାଧ୍ୟମିକ ଶିକ୍ଷା ପରିଷଦ(ବିଏସ୍‌ଇ) ଅଧୀନରେ ପଢ଼ୁଥିବା ସାଢ଼େ ୫ ଲକ୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା କେବେ ବୋଲି ବିଭିନ୍ନ ଶିକ୍ଷାବିତ ମତ ପ୍ରକାଶ କରିଥିଲେ। ତେବେ ଆଜି ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦର ମାଟ୍ରିକ ବୋର୍ଡ ପରୀକ୍ଷାକୁ ନେଇ ସୂଚନା ପ୍ରକାଶ ପାଇଛି।

Leave A Reply

Your email address will not be published.