Odisha Link
Bridging the Missing Links in Odisha

୭୫ ବର୍ଷରୁ ଅଧିକ ବୟସ ବରିଷ୍ଠ ନାଗରିକ ଭରିବେନି ଆୟକର ରିଟର୍ଣ୍ଣ

ସେକ୍ସନ ୧୯୪ପି ଆଧାରରେ ବରିଷ୍ଠ ନାଗରିକଙ୍କୁ ଏହି ସୁବିଧା ମିଳିପାରିବ

ଓଏଲ୍‌ ବ୍ୟୁରୋ : କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ତରଫରୁ ଏକ ବଡ ସୂଚନା। ଆୟକର ରିଟର୍ଣ୍ଣ ଫାଇଲ୍ କରିବାକୁ ପଡିବନି ବୋଲି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ତରଫରୁ ଟୁଇଟ୍ କରି ଏ ବାବଦରେ ସୂଚନା ଦିଆଯାଇଥିବାବେଳେ ଏଣିକି ୭୫ ବର୍ଷରୁ ଅଧିକ ବୟସର ବରିଷ୍ଠ ନାଗରିକଙ୍କୁ ଆଉ ଆୟକର ରିଟର୍ଣ୍ଣ ଭରିବାକୁ ପଡିବନି।

ସୂଚନା ଅନୁସାରେ, ଯେଉଁମାନେ କେବଳ ପେନସନ୍ ଅଥବା ବ୍ୟାଙ୍କରୁ ମିଳୁଥିିବା ସୁଧରେ ଦିନ କାଟୁଛନ୍ତି, ସେମାନେ ଆଉ ଆୟକର ରିଟର୍ଣ୍ଣ ଫାଇଲ୍ କରିବେନି ବୋଲି ଟ୍ୱିଟ ମାଧ୍ୟମରେ ଜଣା ପଡିଛି। ତେବେ କେନ୍ଦ୍ର ସରକାର ଆୟକର ନିୟମ, ୧୯୬୧ରେ ପରିବର୍ତ୍ତନ ଆଣିବା ସହିତ ଏଥିରେ ଗୋଟିଏ ନୂଆ ସେକ୍ସନ ୧୯୪ପି ଏଥିରେ ଯୋଡ଼ିଛନ୍ତି। ତଥ୍ୟ ଅନୁସାରେ ସେକ୍ସନ ୧୯୪ପି ଆଧାରରେ ବରିଷ୍ଠ ନାଗରିକଙ୍କୁ ଏହି ସୁବିଧା ମିଳିପାରିବ ବୋଲି ଜଣା ପଡିଛି।

Leave A Reply

Your email address will not be published.