Odisha Link
Bridging the Missing Links in Odisha

ସ୍କୁଲ ବସ୍ ଦୁର୍ଘଟଣା, ୧୫ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଆହତ

ସ୍କୁଲ ବସ୍ ଚନ୍ଦାହାଣ୍ଡି ଫାଟକି ଗାଁର ଆଦର୍ଶ ସ୍କୁଲକୁ ଯାଉଥିବା ବେଳେ ଦୁର୍ଘଟଣା

ଓଏଲ୍‌ ବ୍ୟୁରୋ : ଗଛରେ ପିଟି ହେଲା ସ୍କୁଲ ବସ୍ ଏବଂ ଦୁର୍ଘଟଣାରେ ଆହତ ହୋଇଛନ୍ତି ୧୫ ଜଣ ଛାତ୍ରଛାତ୍ରୀ। ଏହି ବସରେ ଷଷ୍ଠରୁ ଦଶମ ପର୍ଯ୍ୟନ୍ତ ପ୍ରାୟ ୪୦ ପିଲାଙ୍କୁ ନେଇ ଯାଉଥିବାବେଳେ ବସ୍ ଦୁର୍ଘଟଣା ହୋଇଛି। ତେବେ ଏହି ଅଭାବନୀୟ ଦୁର୍ଘଟଣା ଘଟିଛି ଉମରକୋଟରେ। ସ୍କୁଲ ବସ୍ ଚନ୍ଦାହାଣ୍ଡି ଫାଟକି ଗାଁର ଆଦର୍ଶ ସ୍କୁଲକୁ ଯାଉଥିବା ବେଳେ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି। ଉମରକୋଟର ମୋହରା ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି ସ୍କୁଲ ବସ୍।

Leave A Reply

Your email address will not be published.