Odisha Link
Bridging the Missing Links in Odisha

ଟ୍ରକ ସହ ସ୍କର୍ପିଓ ଧକ୍କା, ଦୁର୍ଘଟଣାରେ ଦୁଇ ବ୍ୟକ୍ତି ମୃତ

୩ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ଦୁର୍ଘଟଣା ସମ୍ମୁଖୀନ ହୋଇଥିବା ୫ ବ୍ୟକ୍ତିଙ୍କ ପରିଚୟ ଜଣା ପଡିନଥିବା କୁହାଯାଉଛି

ଓଏଲ୍‌ ବ୍ୟୁରୋ : ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ ପଛକୁ ସ୍କର୍ପିଓ ପିଟିଥିବା ଖବର ସାମ୍ନାକୁ ଆସିଛି। ଟ୍ରକ ସହ ସ୍କର୍ପିଓ ଧକ୍କା ହେବା ଦ୍ୱାରା ଦୁର୍ଘଟଣାରେ ସମ୍ମୁଖୀନ ହୋଇ ୨ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର- ସମ୍ବଲପୁର ଏନ୍ଏଚ୍-୨୬ ରାସ୍ତାରେ।

ତେବେ ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୩ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାରେ ଆହତ ହୋଇଥିବା ୩ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ଦୁର୍ଘଟଣା ସମ୍ମୁଖୀନ ହୋଇଥିବା ୫ ବ୍ୟକ୍ତିଙ୍କ ପରିଚୟ ଜଣା ପଡିନଥିବା କୁହାଯାଉଛି।

1 Comment
  1. Secy ,Sankha Dhwani Rasta Surakhya Samiti Odisha says

    ରାଜ୍ୟରେ ସଡ଼କ ସୁରକ୍ଷା ଅପହଞ୍ଚ।

Leave A Reply

Your email address will not be published.