Odisha Link
Bridging the Missing Links in Odisha

କଟକଣା ମୁକ୍ତ ସାଧାରଣତନ୍ତ୍ର ଦିବସ

ସାଧାରଣତନ୍ତ୍ର ଦିବସରେ ପୂର୍ବାହ୍ନ ସାଢେ ୯ଟା ସୁଦ୍ଧା ଦେଶର ସମସ୍ତ ଶିକ୍ଷାନୁଷ୍ଠାନରେ ଜାତୀୟପତାକା ଉତ୍ତୋଳନ

ଓଏଲ୍ ବ୍ୟୁରୋ : ଦୁଇବର୍ଷ ପରେ ବିନା କଟକଣାରେ ପାଳନ ହେବାକୁ ଯାଉଛି ସାଧାରଣତନ୍ତ୍ର ଦିବସ। ପ୍ରତିବର୍ଷ ଜାନୁଆରୀ ୨୬ତାରିଖରେ ଭାରତରେ ପାଳିତ ହୁଏ ସାଧାରଣତନ୍ତ୍ର ଦିବସ। ତେବେ ଏଥର ହେବାକୁ ଥିବା ସାଧାରଣତନ୍ତ୍ର ଦିବସକୁ ନଜରରେ ରଖି ପ୍ରସ୍ତୁତି ଆରମ୍ଭ ହୋଇଛି। ମିଳିଥିବା ସୂଚନା ଅନୁସାରେ, ସାଧାରଣତନ୍ତ୍ର ଦିବସରେ ପୂର୍ବାହ୍ନ ସାଢେ ୯ଟା ସୁଦ୍ଧା ଦେଶର ସମସ୍ତ ଶିକ୍ଷାନୁଷ୍ଠାନରେ ଜାତୀୟପତାକା ଉତ୍ତୋଳନ କରାଯିବ।

କୋଭିଡ୍‌ ସ୍ଥିତିକୁ ଦେଖି ଭର୍ଚୁଆଲ ନହେଲେ ଫିଜିକାଲ ମୋଡରେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ପତାକା ଉତ୍ତୋଳନ କରିବେ। ବିଦ୍ୟାଳୟର ସମସ୍ତ ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀ ଏହି ଉତ୍ସବରେ ଭାଗ ନେଇପାରିବେ। ଦେଶ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରୁଥିବାରୁ ପ୍ରତି ସ୍କୁଲ ପିଲା କ୍ରାଫ୍ଟ ପ୍ରକଳ୍ପ ପସ୍ତୁତ କରିବେ ଏବଂ ତାହାକୁ ସୀମାରେ ନିୟୋଜିତ ଯବାନଙ୍କ ନିକଟକୁ ପଠାଇପାରିବେ। ଯଦି ସ୍କୁଲ ବନ୍ଦ ରହିଥାଏ, ତେବେ ପିଲାମାନେ ସେମାନଙ୍କ ଘରେ ରହି ପ୍ରକଳ୍ପକୁ ପଠାଇପାରିବେ।

ପିଲାମାନେ ପ୍ରସ୍ତୁତ କରିଥିବା ପ୍ରକଳ୍ପ କିଭଳି ଯବାନଙ୍କ ନକଟରେ ପହଞ୍ଚିବ, ସେଥିପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ କେନ୍ଦ୍ରୀୟ ବ୍ୟବସ୍ଥା କରାଯାଇଛି। ତେବେ ଏହି ପ୍ରକଳ୍ପର ଥିମ ‘ୱଷ୍ଟ ଟୁ ବେଷ୍ଟ’, ‘ୱେଷ୍ଟ ଟୁ ୱେଲ୍‌ଥ’ ଭାବରେ ପ୍ରସ୍ତୁତ ହେବା ଆବଶ୍ୟକ। ସମସ୍ତ କ୍ରାଫ୍ଟ ମଡେଲଗୁଡିକ ଆରଡିସି ୱେବସାଇଟରେ ସ୍କୁଲ ନାମ ଓ ଅନ୍ୟାନ୍ୟ ତଥ୍ୟ ସହ ପ୍ରକାଶ ପାଇବ ବୋଲି ଜଣା ପଡିଛି। ଏହି ପ୍ରକଳ୍ପର ଶ୍ରେଷ୍ଠ ପ୍ରକଳ୍ପକୁ ଜାତୀୟ ସ୍ତରରେ ସମ୍ମାନିତ କରାଯିବ।

ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ‘ବୀରଗାଥା’ ଓ ‘ବନ୍ଦେ ମାତରଂ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବାରୁ କେନ୍ଦ୍ର ଓ ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନେବେ।  ଜାନୁଆରୀ ୨୫ ତାରିଖ ସୁଦ୍ଧା ଶିକ୍ଷାନୁଷ୍ଠାନସ୍ତରରେ ବକ୍ତୃତା, ନାଟକ, ରଚନା, ଲେଖନୀ, କ୍ଲାସ ପ୍ରୋଜେକ୍ଟ ପରି ପ୍ରତିଯୋଗିତା ଆୟୋଜନ କରି ୨୬ତାରିଖରେ ପୁରସ୍କାର ପ୍ରଦାନ କରିବାକୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। କରୋନା ପୂର୍ବରୁ ଯେଉଁ ଭଳି ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇ ସେମାନଙ୍କୁ ଜାନୁଆରୀ ୨୬ ତାରିଖରେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପୁରସ୍କୃତ କରାଯାଉଥିଲା ଏଥର ମଧ୍ୟ ସମସ୍ତ ଶିକ୍ଷାନୁଷ୍ଠାନରେ ସେପରି ଅନୁଷ୍ଠିତ ହେବ।

Leave A Reply

Your email address will not be published.