Odisha Link
Bridging the Missing Links in Odisha

ଟ୍ରେନ୍ ଧକ୍କାରେ ଚାଲିଗଲେ ସାଂସଦଙ୍କ ପୁଅ

ମୃତ ଯୁବକ ଜଣକ ହେଲେ ପୂର୍ବତନ ସାଂସଦ ବାଲଗୋପାଳ ମିଶ୍ରଙ୍କ ପୁଅ ଅବିନାଶ ମିଶ୍ର

ଓଏଲ୍ ବ୍ୟୁରୋ : ଆଜି ଡୁଙ୍ଗୁରିପାଲି – ରାମପୁର ରୋଡ଼ ଠାରେ ଭୋର ୫ଟାରେ ଏକ ଅଭାବନୀୟ ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି। ପୁରୀ-ଦୁର୍ଗ ଟ୍ରେନ ଧକ୍କା ଦେବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ପୂର୍ବତନ ସାଂସଦ ବାଲଗୋପାଳ ମିଶ୍ରଙ୍କ ପୁଅ ଅବିନାଶ ମିଶ୍ର।

ସୂଚନା ଅନୁସାରେ, ଅବିନାଶ ମିଶ୍ର ମର୍ଣ୍ଣିୱାକ ସାରି ଘରକୁ ଫେରୁଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ରେଳ ଫାଟକ ପାର୍ ହେଇଥିବା ସମୟରେ ତାଙ୍କୁ ଧକ୍କା ଦେଇଥିଲା ଟ୍ରେନ୍। ଅବିନାଶ ମିଶ୍ର ପ୍ରତ୍ୟେକ ଦିନ ଭଳି ଶନିବାର ସକାଳୁ ସକାଳୁ ମର୍ଣ୍ଣିୱାକ ଆସୁଥିଲେ।

ଡୁଙ୍ଗୁରିପାଲି ରେଳ ଫାଟକ ଠାରେ ଅବିନାଶ ପାର ହେଇଥିବା ସମୟରେ ଟ୍ରେନ ଧକ୍କା ଦେଇଥିଲା। ରେଳ ଧକ୍କା ଦେବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

2 Comments
  1. Secy ,Sankha Dhwani Rasta Surakhya Samiti Odisha says

    ବାଲଗୋପଲ୍ ଙ୍କ ପୁତ୍ର, ୟେତେ ବୟସ୍କ ହୋଇ ମଧ୍ୟ ,Level crossing fatak ମଧ୍ୟରୁ ଗଲିକି ଯାଉଥିଲେ ।ସୁତରାଂ ,ଟ୍ରେନ ,ଯାଇ ଧକା ଦେଈ ନାହିଁ ,କିନ୍ତୁ ନିଜେ ନିଜ ,ବିବେକ ,ଅମାନୁଷିକ ଭାବରେ, ମୃତ୍ୟୁ କୁ ଡାକି ଆଣି ଛନ୍ତି। ଟ୍ରେନ ର ଦୋଷ କେଉଁଠି ଆସିଲା । ଶଙ୍ଖ ଧ୍ଵନୀ ରାସ୍ତା ସୁରକ୍ଷା ସମିତି ପକ୍ଷରୁ ବାର୍ତା ।

  2. Secy ,Sankha Dhwani Rasta Surakhya Samiti Odisha says

    ବାଲଗୋପଲ୍ ଙ୍କ ପୁତ୍ର, ୟେତେ ବୟସ୍କ ହୋଇ ମଧ୍ୟ ,Level crossing fatak ମଧ୍ୟରୁ ଗଲିକି ଯାଉଥିଲେ ।ସୁତରାଂ ,ଟ୍ରେନ ,ଯାଇ ଧକା ଦେଈ ନାହିଁ ,କିନ୍ତୁ ନିଜେ ନିଜ ,ବିବେକ ,ଅମାନୁଷିକ ଭାବରେ, ମୃତ୍ୟୁ କୁ ଡାକି ଆଣି ଛନ୍ତି। ଟ୍ରେନ ର ଦୋଷ କେଉଁଠି ଆସିଲା । ଶଙ୍ଖ ଧ୍ଵନୀ ରାସ୍ତା ସୁରକ୍ଷା ସମିତି ପକ୍ଷରୁ ବାର୍ତା । ମୁଁ ପ୍ରଥମେ ସୂଚନା ସମ୍ପର୍କରେ ,ପ୍ରତିକ୍ରିୟା ଦଉଚି ।ଆଗରୁ ଦେଇ ନାହିଁ।

Leave A Reply

Your email address will not be published.