Odisha Link
Bridging the Missing Links in Odisha

ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ପାରିବାରିକ କଳହରୁ ସ୍ୱାମୀ ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟାଇଥିବା କୁହାଯାଉଛି

ଓଏଲ୍ ବ୍ୟୁରୋ : ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଥିବା ଖବରରୁ ଜଣା ପଡିଛି। ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ। ଏହି ଅଭାବନୀୟ ଘଟଣା ଘଟିଛି ନିମାପଡା ଥାନା ଦିଘାଲ ବସ୍ତିରେ। ରାଗ ଜର୍ଜରିତ ହୋଇ ସ୍ତ୍ରୀର ଗଳାକାଟି ସ୍ୱାମୀ ହତ୍ୟା କରିଥିବା ଜଣା ପଡିଛି।

ସୂଚନା ଅନୁସାରେ, ପାରିବାରିକ କଳହରୁ ସ୍ୱାମୀ ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟାଇଥିବା କୁହାଯାଉଛି। ତେବେ ସ୍ୱାମୀଙ୍କ ଆକ୍ରମଣରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ଖବରରୁ ଜଣା ପଡିଛି। ସ୍ତ୍ରୀର ଗଳାକାଟି ହତ୍ୟା କରିଥିବା ଅଭିଯୁକ୍ତ ସ୍ୱାମୀକୁ ପୁଲିସ ଅଟକ ରଖି ପଚରାଉଚରା ଜାରି କରିଥିବା ଜଣା ପଡିଛି।