Odisha Link
Bridging the Missing Links in Odisha

ଓଡ଼ିଶା ଜନସେବା ସଂଗଠନ ପକ୍ଷରୁ ଜୀବନ ସଂଚାର ଅଭିଯାନ ଆରମ୍ଭ

ସଂଗଠନର ସଭାପତି ଶୋଭନ ଆଚାର୍ଯ୍ୟଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ଶିବିରରେ ୫୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା

ଓଏଲ୍‌ ବ୍ୟୁରୋ : ଓଡ଼ିଶା ଜନସେବା ସଂଗଠନ ତରଫରୁ ରକ୍ତର ଅଭାବ ଦୂର କରିବା ନିମନ୍ତେ ଜୀବନ ସଂଚାର ଅଭିଯାନ ମାଧ୍ୟମରେ ଏକ ବିଶାଳ ରକ୍ତଦାନ ଶିବିର କେନ୍ଦ୍ରାପଡ଼ା ଚଣ୍ଡିବଜାର ଠାରେ ଆୟୋଜନ କରାଯାଇଥିଲା। ସଂଗଠନର ସଭାପତି ଶୋଭନ ଆଚାର୍ଯ୍ୟଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ଶିବିରରେ ୫୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।

ଆୟୋଜିତ ରକ୍ତଦାନ ଶିବିରକୁ ମୁଖ୍ୟ ଅତିଥି କନକ ଟିଭିର ଚିଫ୍ ପ୍ରଡ୍ୟୁସର ସ୍ମୃତି ରଂଜନ ବେହେରା,ସମ୍ମାନନୀୟ ଅତିଥି ରାମଚଣ୍ଡୀ ପ୍ରସାଦ ରଣସିଂହ ଉଦଘାଟନ କରିଥିବାବେଳେ ବିଜେପି ନେତା କିଶୋର ପଣ୍ଡା,ଭୂବନ ମୋହନ ଜେନା,ତେଜେଶ୍ବର ପରିଡ଼ା, ବିକ୍ରମ ରାଉତରାୟ, ବିଜେଡ଼ି ନେତ୍ରୀ ତୃପ୍ତିମୟୀ କର ପ୍ରମୁଖ ଯୋଗ ଦେଇଥିଲେ। ସଂଗଠନର ଜିଲ୍ଲା ପ୍ରମୁଖ ବିକାଶ ସ୍ବାଇଁ, ସିମାଦ୍ରୀ ପରିଡା, କେଶବ ମିଶ୍ର, ଧୀରେନ୍ଦ୍ର ଶତପଥୀ, ଭରତ ଜେନା, ଦୀପକ ଚୌଧୁରୀ, ଆଲୋକ ସାହୁ, ସସ୍ମିତା ସ୍ବାଇଁ, ସନ୍ଦୀପ୍ ଦାସ୍ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ଚଣ୍ଡିବଜାର କମିଟି ତରଫରୁ ପ୍ରମୋଦ ମଲ୍ଲ, ପ୍ରଶାନ୍ତ ଓଝା, ପ୍ରତାପ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ। ଯୁବସମାଜ ଏହିପରି ଜନକଲ୍ୟାଣ କାର୍ଯ୍ୟରେ ଆଗଭର ହେବାକୁ ସଂଗଠନର ସଭାପତି ଶ୍ରୀ ଆଚାର୍ଯ୍ୟ ଆହ୍ବାନ କରିଥିବା ବେଳେ ସଂଗଠନ ତରଫରୁ ଏହି ଭଳି ଜନ ହିତକର ପ୍ରୟାସ ବାରମ୍ବାର କରାଯିବ ବୋଲି ପ୍ରଭାରୀ ସିମାଦ୍ରୀ ପରିଡ଼ା ପ୍ରକାଶ କରିଥିଲେ।

Leave A Reply

Your email address will not be published.