Odisha Link
Bridging the Missing Links in Odisha

ନବ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ; ସ୍ମୃତିସଭାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଝାରସୁଗୁଡ଼ାରେ ଆୟୋଜିତ ସ୍ମୃତିସଭାରେ ଜନସମାଗମ ଦେଖିବାକୁ ମିଳିଛି।

ଓଏଲ୍‌ ବ୍ୟୁରୋ : ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ଆଜି ୧୨ଦିନ। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ମୃତ୍ୟୁରେ ଶୋକସନ୍ତପ ହୋଇପଡିଛନ୍ତି ଆତ୍ମୀୟ ସ୍ୱଜନ। ସାରା ରାଜ୍ୟବାସୀ ଶୋକ ପ୍ରକାଶ କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁର ୧୨ଦିନରେ ଝାରସୁଗୁଡ଼ାରେ ଆୟୋଜିତ ହେଉଛି ସ୍ମୃତିସଭା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ମୃତି ସଭାରେ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଝାରସୁଗୁଡ଼ାରେ ଆୟୋଜିତ ସ୍ମୃତିସଭାରେ ଜନସମାଗମ ଦେଖିବାକୁ ମିଳିଛି। ବିଭିନ୍ନ ଜିଲ୍ଲାରୁ ନେତା ମନ୍ତ୍ରୀ ଯୋଗଦେଇଛନ୍ତି ସ୍ମୃତିସଭାରେ। ନବ ଦାସଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି ଝାରସୁଗୁଡ଼ାବାସୀ। ସ୍ମୃତିସଭାରେ ମୁଖ୍ୟମନ୍ତ୍ରୀ ଯୋଗଦେବା ସହ ନବ ଦାସଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ସ୍ମୃତିସଭାରେ ନବ ଦାସଙ୍କ ଝିଅ କହିଛନ୍ତି, ମୋ ବାପା ମରିଯାଇଛନ୍ତି କିନ୍ତୁ ମୋତେ ଗୋଟିଏ ବଡ ପରିବାର ଦେଇ ଯାଇଛନ୍ତି। ସେ ଆଜି ନାହାନ୍ତି କିନ୍ତୁ ମୁଁ ଜାଣିଛି ସେ ମୋ ପଛରେ ଛିଡା ହୋଇଛନ୍ତି। ବାପାଙ୍କ ସ୍ୱପ୍ନ ଥିଲା ଝାରସୁଗୁଡ଼ାର ବିଜୟ। ଆଜି ଆପଣଙ୍କ ପ୍ରିୟ ଦାଦା ଏଠି ନଥିଲେ କ’ଣ ହେଲା ସେ ଉପରୁ ସବୁ ଦେଖୁଛନ୍ତି।

ସୂଚନା ଅନୁସାରେ, ଗତ ୨୯ରେ ବ୍ରଜରାଜନଗର ଗାନ୍ଧି ଛକରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଦିନ ଦିବାଲୋକରେ ଏବଂ ଲୋକଲୋଚନାରେ ଗୁଳି କରିଥିଲେ ପୁଲିସ କର୍ମଚାରୀ ଗୋପାଳ। ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଜଣେ ପୁଲିସ ଅଧିକାରୀ ମାରିବା ପରେ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି। ଅଭିଯୁକ୍ତ ଗୋପାଳଙ୍କୁ ପୁଲିସ ଗିରଫ କରିଥିବାବେଳେ ରିମାଣ୍ଡରେ ନେଇ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ।

Leave A Reply

Your email address will not be published.