Odisha Link
Bridging the Missing Links in Odisha

ହେପାଜତ ମୃତ୍ୟୁ ଘଟଣା : ନିଲମ୍ବନ ହେବେ ୬ ବନ ବିଭାଗ କର୍ମଚାରୀ 

ରେଞ୍ଜରଙ୍କୁ ନିଲମ୍ବନ ଆଇଁ ସୁପାରିଶ କରାଯିବ ବୋଲି ଡିଏଫଓ କହିଛନ୍ତି

ଓଏଲ୍‌ ବ୍ୟୁରୋ : ବନ ବିଭାଗ ହେପାଜତରେ ଧନେଶ୍ଵର ବେହେରା ମୃତ୍ୟୁ ମାମଲାରେ ବଡମ୍ବା ରେଞ୍ଜର ସୁବ୍ରତ ବେହେରା ସମେତ ୬ଜଣ ବନ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ତେବେ ଏହି ମାମଲାରେ ୬ ବନ କର୍ମଚାରୀଙ୍କୁ ନିଲମ୍ବନ କରାଯିବ ବୋଲି ଜଣା ପଡିଛି। ବଡମ୍ବା ରେଞ୍ଜରକୁ ଛାଡି ବାକି ୬ଜଣଙ୍କୁ ନିଲମ୍ବନ କରିବେ ଡିଏଫଓ। ରେଞ୍ଜରଙ୍କୁ ନିଲମ୍ବନ ଆଇଁ ସୁପାରିଶ କରାଯିବ ବୋଲି ଡିଏଫଓ କହିଛନ୍ତି।

ସୂଚନା ଅନୁସାରେ, ଗତ ୫ ତାରିଖ ରାତିରେ ଏକ ହାତୀକୁ ଶିକାର କରିଥିବା ସନ୍ଦେହ କରି ବଡମ୍ବା ସାତଗୋଛିଆ ଗାଁ’ର ଧନେଶ୍ଵର ବେହେରାଙ୍କୁ ଏକ ପେଟ୍ରୋଲ ପମ୍ପ ନିକଟରୁ ଉଠାଇଆଣିଥିଲା ବନ ବିଭାଗ ଟିମ୍। ଏହି ଟିମ୍ ଧନେଶ୍ୱରଙ୍କୁ ତିଗିରିଆ ୱାଚ୍ ଟାୱାର ଠାରେ ପଚରାଉଚରା କରିବା ବେଳେ ପ୍ରବଳ ମାଡ ମାରିବାରୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ବଡମ୍ବା ଥାନାରେ ଅଭିଯୋଗ ହୋଇଥିଲା। ବନ ବିଭାଗ ହେପାଜତରେ ଥିବାବେଳେ ଧନେଶ୍ଵର ବେହେରାଙ୍କ ମୃତ୍ୟୁ ହୋଇଥିବା ପରେ ଅଭିଯୋଗ କ୍ରମେ ୭ଜଣଙ୍କୁ ଗିରଫ କରିଛନ୍ତି ପୁଲିସ। ଏହି ମାମଲାରେ ୨ଟି ବୋଲେରୋ ସହ ମାଡ଼ ମାରିବାରେ ବ୍ୟବହୃତ ୪ଟି ଠେଙ୍ଗା ଜବତ କରାଯାଇଛି। ଏନେଇ ଆଠଗଡ଼ ଏସ୍‌ଡିପିଓ ବିଜୟ କୁମାର ବିଶି ସୂଚନା ଦେଇଥିଲେ।

Leave A Reply

Your email address will not be published.