Odisha Link
Bridging the Missing Links in Odisha

‘ଧର୍ମେନ୍ଦ୍ର କ୍ଷେତ୍ର ପ୍ରସ୍ତୁତ କରିବେ, ଲୋକେ ତାଙ୍କୁ ଗ୍ରହଣ କରିବେ ନାହିଁ’

ଧର୍ମେନ୍ଦ୍ର କ୍ଷେତ୍ର ପ୍ରସ୍ତୁତ କରିଲେ ମଧ୍ୟ ଏହାକୁ ଲୋକ ଗ୍ରହଣ କରିବେ ନାହିଁ।

ଓଏଲ୍‌ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳରୁ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏହାକୁ ନେଇ ବିସ୍ଫୋରକ ବୟାନ ରଖିଛନ୍ତି ବରିଷ୍ଠ ବିଜେଡି ବିଧାୟକ ନୃସିଂହ ସାହୁ। ସେ କହିଛନ୍ତି, ଧର୍ମେନ୍ଦ୍ର ଯେଉଁଠି ଥରେ ଜିତନ୍ତି, ଆଉ ଥରେ ସେଠାରେ ଜିତିପାରନ୍ତି ନାହିଁ। ଏହା ତାଙ୍କ ଚରିତ୍ର। ଲୋକେ ତାଙ୍କ ଢଙ୍ଗ ରଙ୍ଗ ଜାଣିଛନ୍ତି। ଢେଙ୍କାନାଳରେ ଧର୍ମେନ୍ଦ୍ରଙ୍କର କୌଣସି ପତିଆରା ନାହିଁ। ଧର୍ମେନ୍ଦ୍ର କ୍ଷେତ୍ର ପ୍ରସ୍ତୁତ କରିଲେ ମଧ୍ୟ ଏହାକୁ ଲୋକ ଗ୍ରହଣ କରିବେ ନାହିଁ। ବିଜେଡି ପୁଣିଥରେ ଢେଙ୍କାନାଳରୁ ଜିତିବ।

ବିଧାୟକ ନୃସିଂହ ସାହୁ କହିଛନ୍ତି,  ଗତ ଜିଲ୍ଲା ପରିଷଦ ନିର୍ବାଚନରେ ୨୮ ରୁ ୨୭ ଟି ରେ ବିଜେଡି ଜିତିଥିବାବେଳେ  ଗୋଟେ ଜିତିଛି ବିଜେପି। ଏଥିରୁ ସ୍ପଷ୍ଟ ବିଜେପିର ସତ୍ତା ନାହିଁ। ଧର୍ମେନ୍ଦ୍ର ଅନ୍ୟ ଅଞ୍ଚଳ ପାଇଁ କଣ ହୋଇପାରନ୍ତି କିନ୍ତୁ ତେଙ୍କାନାଳରେ ତାଙ୍କର ପ୍ରଭାବ ନାହିଁ। ଢେଙ୍କାନାଳ ନିର୍ବାଚନ ମଣ୍ଡଳୀ ସବୁ ବେଳେ ବିଜେଡି ସପକ୍ଷରେ ଯାଉଛି। ଆଗକୁ ବି ବିଜେଡି ସପକ୍ଷରେ ଯିବ। ଏହା ତାଙ୍କ ଚରିତ୍ର। ତେଣୁ ତାଙ୍କର କିଛି ପ୍ରଭାବ ପଡିବ ନାହିଁ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କ୍ଷେତ୍ର ପ୍ରସ୍ତୁତ କଲେ ମଧ୍ୟ ଏହାକୁ ଲୋକ ଗ୍ରହଣ କରିବେନି। କାରଣ ତାଙ୍କର ଚାଲିଚଲଣ ଲୋକ ଜାଣିଛନ୍ତି।

ଅତୀତରେ ଧର୍ମେନ୍ଦ୍ରଙ୍କୁ ଗ୍ରହଣ କରିନାହାନ୍ତି କି ଆଗକୁ ବି ଗ୍ରହଣ କରିବେନି। ଜାତୀୟ ସ୍ତରରେ ଧର୍ମେନ୍ଦ୍ର ପ୍ରଭାବଶାଳୀ ହୋଇପାରନ୍ତି କିନ୍ତୁ ତଳସ୍ତରରେ ତାଙ୍କର କିଛି ପ୍ରଭାବ ନାହିଁ। ପୂର୍ବରୁ ଅମିତ ଶାହା ଆସିଥିଲେ ମଧ ଏଠାରେ ପ୍ରଭାବ ପଡିନି। ଢେଙ୍କାନାଳ କିମ୍ବା ସମ୍ବଲପୁରରୁ ଲଢିବେ ବୋଲି ଶୁଣାଯାଉଛି କିନ୍ତୁ କେଉଁଠୁ ଲଢିବେ ତାହା ସେ ନିଜେ ସ୍ଥିର କରିପାରୁନାହାନ୍ତି। ଏହାଛଡା ଧର୍ମେନ୍ଦ୍ର ଲaଢିଲେ ମଧ୍ୟ କୌଣସି ପ୍ରଭାବ ପଡିବନି ବୋଲି ବିଜେଡି ବିଧାୟକ ନୃସିଂହ ସାହୁ ମତ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.