Odisha Link
Bridging the Missing Links in Odisha

ହାତୀକୁ ମାରି ଦାନ୍ତ ନେଲା ଶିକାରୀ

ଶିମିଳିପାଳରେ ବଢି ଚାଲିଥିବା ଶିକାରକୁ ବିରୋଧ କରି ଭଞ୍ଜସେନା ପକ୍ଷରୁ ୯ଘଣ୍ଟିଆ ହରତାଳ

ଓଏଲ୍‌ ବ୍ୟୁରୋ : ବାରିପଦା ଶିମିଳିପାଳ ଅଭୟାରଣ୍ୟରେ ଥମୁନି ହାତୀ ଶିକାର। ପିଠାବଟା ରେଞ୍ଜ ଗୋପିନାଥପୁର ବିଟ୍ ଅଞ୍ଚଳରେ ଦନ୍ତାହାତୀକୁ ହତ୍ୟା କରାଯାଇଥିବା ଜଣା ପଡିଛି। ହାତୀକୁ ମାରି ଶିକାରୀ ଦାନ୍ତ ନେଇ ଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ତେବେ ଏଭଳି ବାରମ୍ବାର ହାତୀ ମୃତ୍ୟୁ ଏବଂ ଅନ୍ୟାନ୍ୟ ଜୀବଜନ୍ତୁଙ୍କ ସୁରକ୍ଷାକୁ ନେଇ ହରତାଳ ହୋଇଥିବା ଜଣା ପଡିଥିଲା।

ସୂଚନା ଅନୁସାରେ, ଶିମିଳିପାଳରେ ବଢି ଚାଲିଥିବା ଶିକାରକୁ ବିରୋଧ କରି ଭଞ୍ଜସେନା ପକ୍ଷରୁ ୯ଘଣ୍ଟିଆ ହରତାଳ କରାଯାଉଥିବା ଜାଣିବାକୁ ମିଳିଥିଲା। ସକାଳ ୮ ଘଟିକା ଠାରୁ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୫ ଘଟଣା ଯାଏଁ ହରତାଳ କରାଯିବ ବୋଲି ଜଣା ପଡିଛି। ମୟୁରଭଞ୍ଜ ମଧ୍ୟଦେଇ ଯାଉଥିବା ଜାତୀୟ ରାଜପଥ ଏନଏଚ୍-୪୯, ଏନଏଚ୍-୧୮ ଓ ରାଜ୍ୟ ରାଜପଥ ଉଦଳା-ବାରିପଦା, କରଞ୍ଜିଆ -ଠାକୁରମୁଣ୍ଡା ରାସ୍ତା ଉପରେ ହରତାଳ ହୋଇଛି।

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଆଜି ସକାଳ ୮ଟାରୁ ଭଞ୍ଜସେନା ପକ୍ଷରୁ ମୟୁରଭଞ୍ଜ ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ ୧୮ ଓ ୪୯ନଂ ଏବଂ ରାଜ୍ୟ ରାଜପଥ ଉଦଳା-ବାରିପଦା, କରଞ୍ଜିଆ -ଠାକୁରମୁଣ୍ଡା ରାସ୍ତା ଉପରେ ହରତାଳ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପାଲବଣି, ଦାନ୍ତିଆମୁହାଁ, ଝାରପୋଖରିଆ, ବାଙ୍ଗିରିପୋଷି, ବିଶୋଇ, କରଞ୍ଜିଆ, ଯଶିପୁର, ଠାକୁରମୁଣ୍ଡା, ଉଦଳା, ଡୁକୁରା ଓ ଅସ୍ତିଆ ଠାରେ ସେନାର ସଦସ୍ୟ କର୍ମକର୍ତ୍ତାଙ୍କ ନେତୃତ୍ବରେ ହରତାଳ ଜାରି ରହିଥିବା ଜଣା ପଡିଥିଲା।

Leave A Reply

Your email address will not be published.